ଛତୁ ତରକାରୀ ଖାଇ ୪ ଜଣ ଝାଡ଼ାବାନ୍ତି ରେ ଆକ୍ରାନ୍ତ

0
324

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ଗ୍ରାମର ଏକ ପରିବାରର ସଦସ୍ୟମାନେ ବିଷାକ୍ତ ଛତୁ ତରକାରୀ ଖାଇବା ପରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଆକ୍ରାନ୍ତ ମାନେ ହେଲେ ଗ୍ରାମର ବି.ସହଦେବ ଦୋରା ,ବି.ଅମ୍ବିକା ଦୋରା , ବି.ମହେନ୍ଦ୍ର ଦୋରା ଏବଂ ବି.ମାନସ ଦୋରା । ରବିବାର ସକାଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥାରେ ସୁଧାର ଆସିବାରୁ ସେମାନେ ଘରକୁ ଫେରିଥିବା ଜଣାପଡିଛି। ଗୋକର୍ଣ୍ଣପୁର ଗ୍ରାମର ବି.ସହଦେବ ଦୋରା ଶନିବାର ସନ୍ଧ୍ୟାରେ ନିଜ ଚାଷଜମିରେ ଫୁଟିଥିବା ଶ୍ରାବଣ ଛତୁ ଘରକୁ ଆଣିଥିଲେ । ରାତିରେ ଛତୁ ରୋଷେଇ କରି ଘରଲୋକେ ଖାଇଥିଲେ । ରାତିରେ କିଛି ଜଣାପଡିନଥିଲା । ରାତ୍ରି ଭୋଜନ ସାରି ପରିବାର ଲୋକେ ଶୋଇଥିଲେ । ରବିବାର ଭୋରରେ ସେମାନେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇପଡ଼ିଥିଲେ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here