ସାଉଥକୋ ୟୁଟିଲିଟି ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସଙ୍ଗଠନର ଅବସର ସଦସ୍ୟଙ୍କୁ ସମ୍ଭର୍ଦ୍ଧନା ଓ ୨ୟ ବାର୍ଷିକୀ ପାଳନ

0
199

ବ୍ରହ୍ମପୁର: ସ୍ଥାନୀୟ ଅଭିନନ୍ଦନ କଲ୍ୟାଣ ମଣ୍ଡପରେ ଶନିବାର ସନ୍ଧ୍ୟାରେ ସାଉଥକୋ ୟୁଟିଲିଟି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସଙ୍ଗଠନର ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ବାର୍ଷିକୀ ପାଳନ ସହ ଅବସର ଗ୍ରହଣ କରିଥିବାସଦସ୍ୟଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନାବୋର୍ଡ ସଦସ୍ୟ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ କାଜୁନିଗମ ଅଧ୍ୟକ୍ଷ ସୁବାସ ମହାରଣା ଯୋଗ ଦେଇଥିଲେ। ସକାଳ ଖବର କାଗଜ ବ୍ରହ୍ମପୁର ସଂସ୍କରଣ ମୁଖ୍ୟ ଶକ୍ତିଧର ରାଜଗୁରୁ ଙ୍କୁ ସଂଗଠନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା,
ନିକଟରେ ଟିପିଏସଓଡିଏଲରୁ ଅବସର ଗ୍ରହଣ କରିଥିବା ବରିଷ୍ଠ ସାଧାରଣ ପରିଚାଳକ ଇଂ.ପ୍ରମୋଦ କୁମାର ଚୌଧୁରୀ, ଇଂ.ରୋହିତ କୁମାର ସେଠୀ,ଇଂ.ଚମନ ଲାକ୍ରା, ଅର୍ଜୁନ ଭାତ୍ରା (ଓଏଜି-୨) ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନର ସଭାପତି ବିଦୂର ବେହେରା, ସମ୍ପାଦକ କ୍ଷୀରୋଦ କୁମାର ସେଠୀ, ନିର୍ବାହୀ ଯନ୍ତ୍ରୀ ଇଂ ଅମ୍ବିକା ପାତ୍ର ଓ ସାମ୍ୱାଦିକା ରଶ୍ମିତା ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ରହିଥିଲେ। ସଭାରେ ମଞ୍ଚାସିନ ଅତିଥିମାନେ ନିଜ ଅଭିଭାଷଣରେ ସଙ୍ଗଠନର ଦୀର୍ଘାୟୁ କାମନା କରିବା ସହ ଉତ୍ତରୋତ୍ତର କାମନା କରିଥିଲେ ।ଏହାସହ ବିଦ୍ୟୁତ ବିଭାଗର ସାମ୍ପ୍ରତିକ ସ୍ଥିତି ଓ ସାଙ୍ଗଠନିକ ଉନ୍ନତି କ୍ଷେତ୍ରରେ ବହୁମୂଲ୍ୟ ମତାମତ ପ୍ରଦାନ କରିଥିଲେ।ସଙ୍ଗଠନର ୪ ଜଣ ପ୍ରତିଷ୍ଠିତ ସଦସ୍ୟଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ମାନପତ୍ର ଓ ଉପୌଢଙ୍କନ ଦେଇ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଦୀର୍ଘ ବର୍ଷଧରି ନିଜକୁ ସମର୍ପଣ କରି କାର୍ଯ୍ୟ କରିଆସୁଥିଲେ ବର୍ତ୍ତମାନ ଅବସର ପରବର୍ତ୍ତୀ ସମୟ ଜୀବନ ଶାନ୍ତି ଓ ନିରୋପରେ ବିତାଇବା ପାଇଁ ଭଗଵାନଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିଥିଲେ। ଆଗାମୀଦିନରେ ସଙ୍ଗଠନର ହିତକୁ ଦଷ୍ଟିରେ ରଖି ଜଣେ ଦକ୍ଷ ପ୍ରତିଭାଧାରି ସାମ୍ବାଦିକା ରଶ୍ମିତା ପାଣିଗ୍ରାହୀଙ୍କୁ ସର୍ବସମ୍ମତି କ୍ରମେ ଉପସଭାପତି ଭାବେ ଚୟନ କରାଯାଇଥିବା ସହ ପୁଷ୍ପଗୁଛା ଦେଇ ସ୍ବାଗତ କରାଯାଇଥିଲା। ଯୁଗ୍ମସମ୍ପାଦକ ଭବେ ଶ୍ରୀବଚ୍ଛ
ତରାଇ ଏବଂ ସିଟି ସର୍କଲ ସମ୍ପାଦକ ଭାବେ ଆଲୋକ କୁମାର ବେହେରଙ୍କୁ ମନୋନୀତ କରାଯାଇଥିଲା। ଓ.ଆର.ଭି ଆକ୍ଟ୍ କାର୍ଯ୍ୟକାରି ନେଇ ସମସ୍ତ ପ୍ରକାର ପଦକ୍ଷେପ ଏବଂ ଟିପିଏସଓଡିଏଲରେ ଏସସି,ଏସଟି କର୍ମଚାରୀ କଲ୍ୟାଣ ନିମନ୍ତେ ଯାହାସବୁ ସାମ୍ବିଧାନିକ ଅଧିକାର ରହିଛି ସେଥିରେ ସମସ୍ତେ ଯେପରି ଉପକୃତ ହୋଇପାରିବେ ତାହାରି ଉପରେ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ସଙ୍ଗଠନର ସମ୍ପାଦକ ଶ୍ରୀସେଠୀ କହିଥିଲେ।

LEAVE A REPLY

Please enter your comment!
Please enter your name here