ଗଞ୍ଜାମ ଏସ୍.ପିଙ୍କ ଦ୍ୱାରା ପୁରସ୍କୃତ ହେଲେ ଗୃହରକ୍ଷୀ ରାମେଶ୍ୱର

0
246

ବେଲଗୁଣ୍ଠା:ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ସର୍ବଭାରତୀୟ ସ୍ତରରେ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରି ଓଡ଼ିଶା ପାଇଁ ଗୌରବ ଆଣି ଦେଇଥିବା ବେଳେ ଏହି ଥାନା ପାଇଁ ପୁଣି ଥରେ ଗୌରବ ଆଣିଛନ୍ତି ଥାନାରେ କାର୍ଯ୍ୟରତ ଜଣେ ଗୃହରକ୍ଷୀ I ସୂଚନା ଅନୁସାରେ ଗାଙ୍ଗପୁର ଥାନାରେ ଗୃହରକ୍ଷୀ ଭାବେ କାର୍ଯ୍ୟରତ ରାମେଶ୍ୱର ପାତ୍ର ନିଜର କାର୍ଯ୍ୟ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ ରାୟଙ୍କ ଠାରୁ ଶ୍ରେଷ୍ଠ ଗୃହରକ୍ଷୀ ଆୱାର୍ଡ଼ ପାଇଛନ୍ତି I ପ୍ରକାଶନ ଥାଉକି ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର 26 ଜଣ ଗୃହରକ୍ଷୀଙ୍କୁ ସେମାନଙ୍କର କର୍ତ୍ତବ୍ୟ, ନିଷ୍ଠା ଏବଂ ସାହସିକତା ପାଇଁ ଗଞ୍ଜାମ ଏସ୍.ପି ଶ୍ରୀ ରାୟ ମାନପତ୍ର ଦେଇ ପୁରସ୍କୃତ କରିଛନ୍ତି I ଏହି 26 ଜଣଙ୍କ ମଧ୍ୟରେ ରାମେଶ୍ୱର ସ୍ଥାନ ପାଇ ଗାଙ୍ଗପୁର ଥାନାର ଗୌରବ ବଢାଇଛନ୍ତି I ରାମେଶ୍ୱରଙ୍କ ଏହି ସଫଳତା ପାଇଁ ଗାଙ୍ଗପୁର ଥାନା ଅଧିକାରୀ ଧିରେଶ୍ କୁମାର ଦାସ, ବେଲଗୁଣ୍ଠା ପ୍ରେସକ୍ଲବ ସଦସ୍ୟଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here