ବିଷଧର ସାପ କାମୁଡ଼ାରେ ମା ଓ ପୁଅ ମୃତ। ଶୋଇଥିବା ସମୟରେ ସାପ କାମୁଡିଥିଲା।

0
817

ଗଞ୍ଜାମ(ନ୍ୟୁଜଏକ୍ସ ଟ୍ରା ବ୍ୟୁରୋ): ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ବି. ନୂଆପଲି ଗ୍ରାମରେ ଏକ ବିଷଧର ସାପ କାମୁଡିବା ଫଳରେ ଗୋଟିଏ ପରିବାରର ମା ଓ ପୁଅ ଦୁଇଜଣଙ୍କର ମୃତ୍ୟୁ ଘଟିଛି l ମୃତ ମହିଳା ହେଲେ ମନାସ ପରିଡା ଏବଂ ତାଙ୍କ ୬ବର୍ଷର ପୁଅ ଆଶିଷ ପରିଡା। ରାତିରେ ନିଜ ଘରେ ଶୋଇଥିବା ସମୟରେ ଏକ ବିଷଧର ସାପ ଉଭୟ ମା ଓ ପୁଅଙ୍କୁ ଦଂଶନ କରିଥିଲା। ପ୍ରଥମେ ଉଭୟଙ୍କୁ ଗୁରୁତର ଅବସ୍ଥାରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା l ସେଠାରେ ପୁଅ ଆଶିଷକୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ମନାସଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଘଟି ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମନାସଙ୍କ ମୃତ୍ୟୁ ହୋଇଥିଲା। ସାପ କାମୁଡ଼ାରେ ଉଭୟ ମା ଓ ପୁଅଙ୍କ ମୃତ୍ୟୁକୁ ନେଇ ସମଗ୍ର ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here