ଲଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳନ

0
350

ବେଗୁନିଆପଡ଼ା:ଗଞ୍ଜାମ ଜିଲ୍ଲା କୋଦଳା ଲଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଛି । ମହାବିଦ୍ୟାଳୟ ଓ କୋଦଳା ବନ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ମିଳିତ ଚାରା ରୋପଣ କରାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପଦ୍ମ ଚରଣ ପାଢ଼ୀଙ୍କ ତତ୍ୱାବଧାନରେ ହୋଇଥିବା ବନ ମହୋତ୍ସବରେ ବନ ଅଧିକାରୀ ସଚିନ କୁମାର ପ୍ରଧାନ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ । ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ସରୋଜିନୀ ବ୍ରହ୍ମା, ବରିଷ୍ଠ ଆଇନଜୀବୀ ବିଜୟଲଷ୍ମୀ ପଟ୍ଟନାୟକ, ଫରେଷ୍ଟର କୋରା ପ୍ରସାଦ ଜେନା ଉପସ୍ଥିତ ଥିଲେ । ଅଧ୍ୟାପକ ରଘୁନାଥ ମୁଦୁଲି ସଂଯୋଜନା କରିଥିବା ବେଳେ ଅଧ୍ୟାପକବିନୋଦ କୁମାର ମିଶ୍ର, ଅଧ୍ୟାପକ ଡ଼ଃ ବିଷ୍ଣୁ ନାରାୟଣ ସେଠି, ଅଧ୍ୟାପିକା ରଞ୍ଜୁବାଳା ନନ୍ଦ ସହ ଫାଲ୍ଗୁନି ପଟ୍ଟନାୟକ, ଛାତ୍ର ଅଜୟ ବେହେରା, ଆକାଶ ମହାପାତ୍ର, ଦୀପକ ଗୌଡ଼, ଛାତ୍ରୀ ଈଶ୍ୱରୀ ବିଶୋଇ ଓ ଲିଜାରାଣୀ ବେହେରାଙ୍କ ସହ ଅନ୍ୟ କର୍ମଚାରୀ ଏବଂ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଗଛର ଚାରା ରୋପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here