ଚଳନ୍ତା ବସର ଡ୍ରାଇଭରଙ୍କ ହୃଦଘାତରେ ମୃତ୍ୟୁ। ୧୬ନମ୍ବର ଜାତୀୟ ରାଜପଥରେ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ବହୁ ଯାତ୍ରୀ।

0
746

ବ୍ରହ୍ମପୁର(ନ୍ୟୁଜଏକ୍ସ ଟ୍ରା ବ୍ୟୁରୋ): ଚଳନ୍ତା ବସର ଡ୍ରାଇଭର ହୃଦଘାତରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଟେକେଲି ନିକଟସ୍ଥ ୧୬ନମ୍ବର ଜାତୀୟ ରାଜପଥରେ। ଦାମନଯୋଡିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ରିଲାଏନ୍ସ ନାମକ ଏକ ଘରୋଇ ଯାତ୍ରୀବାହୀ ବସରେ ଏଭଳି ଘଟଣା ଘଟିଛି। ବସର ଡ୍ରାଇଭରଙ୍କ ନାମ ଯୋଗେନ୍ଦ୍ର ସେଠି ବୋଲି ଜଣାପଡିଛି। ଯୋଗେନ୍ଦ୍ର ହୃଦ୍ଘାତରେ ଆକ୍ରାନ୍ତ ଜଣାପଡିବା ପରେ ତୁରନ୍ତ ବସକୁ ରାସ୍ତାକଡ଼କୁ ଅଣାଯାଇଥିଲା ଫଳରେ ଏକ ନିଶ୍ଚିତ ଦୁର୍ଘଟଣାରୁ ବସର ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ।

LEAVE A REPLY

Please enter your comment!
Please enter your name here