ହାତୀଓଟ ଓ.ଏ.ଭି. ଶିକ୍ଷୟତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

0
1341

ପୋଲସରା : ଓଡିଶା ଆଦର୍ଶ ବିଦ୍ୟାଳୟ, ହାତୀଓଟ ର ପି.ଜି.ଟି. ବାୟୋଲୋଜି ବିଭାଗ ଶିକ୍ଷୟିତ୍ରୀ ସ୍ମିତା ନାୟକଙ୍କୁ ବିଦ୍ୟାଳୟ ପ୍ରାଙ୍ଗଣର ବୁଧବାର ଅପରାହ୍ନରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ତାଙ୍କୁ ସମ୍ବର୍ଦ୍ଧନା ଦେଇ ନିଜ ଅନ୍ତରର ଦୁଃଖ ପ୍ରକାଶ କରିଛନ୍ତି। ବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋଚନ ଷଡଙ୍ଗୀ, ଅନ୍ୟ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଉପସ୍ଥିତିରେ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଭବିଷ୍ୟତ ଶୁଭ କାମନା କରାଯାଇଥିଲା। ସ୍ମିତା ନାୟକ ଓ.ଏ.ଭି., ହାତୀଓଟ ରୁ ବିଦାୟ ନେଇ ଭୁବନେଶ୍ୱରରେ ଥିବା Iconic OAV ଭଳି ଏକ ବିରଳ ଓ ଉଚ୍ଚକୋଟୀର ଅନୁଷ୍ଠାନରେ ଯୋଗଦେଇ ନିଜର କର୍ମମୟ ଜୀବନରେ ସଫଳତାର ଆଉ ଏକ ପାହାଚ ଆରୋହଣ କରିଛନ୍ତି ବୋଲି ଅଧ୍ୟକ୍ଷ ଷଡଙ୍ଗୀ ମତ ଦେଇଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here