ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ

0
331

ଡାବୁଗାଁ( ଗଗନ ଗନ୍ତାୟତ) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବିଡିଓ ରଞ୍ଜିତାମେରୀ ନାୟକ ଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ସରକାରଙ୍କ ନିର୍ଦ୍ଦେଶ ମିଳିଲେ ପୂର୍ବ ବର୍ଷ ଭଳି ଧୂମଧାମରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ | ଚଳିତ ବର୍ଷ ସରକାରଙ୍କ କୋଭିଡ-୧୯ ନିୟମ ଅନୁସାରେ ନିରାଡମ୍ବର ଭାବେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ ବୋଲି ଆଲୋଚନା ହୋଇଥିଲା | ଏହି ବୈଠକରେ ସାଂସଦ ପ୍ରତିନିଧି ଏମ୍॰ ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍॰ ବୁଲୁ ରାଓ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ସିଡିପିଓ ଯମୁନା ଭତ୍ରା, ସହକାରୀ ଯନ୍ତ୍ରୀ ବିଜୟ କୁମାର ସିଂ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଚୌଧୁରୀ ଓ ନିରଞ୍ଜନ ଜେନା, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଶିକ୍ଷକ ବଲ୍ଲଭ ନାରାୟଣ ପଣ୍ଡା, ବିଶ୍ଵେଶ କୁମାର ତ୍ରିପାଠୀ, ଜିତେନ୍ଦ୍ର କୁମାର ମାଝୀ, ଉମେଶ ପାତ୍ର, ବିଶ୍ଵନାଥ ରାୟ, ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଅତନୁ ଦେଉରୀ ଉପସ୍ଥିତ ଥିଲେ | ଅମୂଲ୍ୟ ଦଳାଇ ବୈଠକକୁ ପରିଚାଳନା କରିଥିଲେ |

LEAVE A REPLY

Please enter your comment!
Please enter your name here