ହରିଡାମୂଳ ଠାରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କୁ ଖଲ୍ଲିକୋଟ ବିଜେଡି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

0
278

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ନବ ନିଯୁକ୍ତ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଙ୍କୁ ମନ୍ତ୍ରୀପଦ ମିଳିବା ପରେ ଆଜି ପ୍ରଥମ କରି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ସକାଳ ୮ ଟାରେ ହରିଡାମୂଳ ଠାରେ ପହଞ୍ଚି ଥିଲେ । ସେଠାରେ ଖଲ୍ଲିକୋଟ ବିଜେଡି ପକ୍ଷରୁ ମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, ଖଲ୍ଲିକୋଟ ଏନଏସି ଅଧ୍ୟକ୍ଷ ନିରଞ୍ଜନ ବେହେରା, ଉପାଧ୍ୟକ୍ଷା ଲିଲି ସାହୁ, ବ୍ଲକ ବିଜେଡି ସଭାପତି ଗଙ୍ଗାଧର ଖୁଣ୍ଟିଆ, ବ୍ଲକ ମହିଳା ବିଜେଡି ସଭାପତି ମିତାଞ୍ଜଳି ମିଶ୍ର, ବିଜେଡି ନଗର ସଭାପତି କେ. ନରେନ୍ଦ୍ର ପାତ୍ର, ଯୁବ ବିଜେଡି ସଭାପତି ଦୟାନିଧି ସାହୁ, ରତ୍ନାକର ସାହୁ, ଜିଲ୍ଲା ପରିଷଦ ସଭ୍ୟ ବିନାୟକ ଜାଲି ଓ ସଭ୍ୟା ସୋନମ ପଲେଇ,ଏନଏସିର ସମସ୍ତ କାଉନସିଲରଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଉପସ୍ଥିତ ସମସ୍ତ ନେତା, ଲୋକ ପ୍ରତିନିଧି ଓ କର୍ମୀଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦୁଇ ବର୍ଷ ମଧ୍ୟରେ ଦଳ କୁ ଆହୁରି ଲୋକ ଙ୍କ ନିକଟରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠା କୁ ଟାଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହାପରେ ସେ ଛତ୍ରପୁର ଅଭିମୁଖେ ଗସ୍ତ କରିଥିଲେ ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here