ଛତ୍ରପୁର ଆଇଟିଆଇ ପରିସରରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ

0
156

ଛତ୍ରପୁର: ଜୁଲାଇ ୧୫ ତାରିଖକୁ ବିଶ୍ୱ ଯୁବ ଦକ୍ଷତା ଦିବସ (ୱାର୍ଲଡ ୟୁଥ୍ ସ୍ଲିଲ ଡେ ) ଭାବେ ପାଳନ କରାଯାଉଛି । ଏହି ଅବସରରେ ଶନିବାର ଛତ୍ରପୁର ଆଇଟିଆଇ ପରିସରରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ ହୋଇଯାଇଛି । ଆଜିର ଦିବସରେ ଆଇଟିଆଇର ତାଲିମପ୍ରାପ୍ତ ଛାତ୍ରଛାତ୍ରୀ ମାନେ ପ୍ରଯୁକ୍ତି ଓ ବୈଷୟିକ ଜ୍ଞାନ କୈାଶଳ ବଳରେ ସେମାନଙ୍କ ଦ୍ୱାରା ନିର୍ମିତ ଦୁଇ ଚକିଆ ନିମନ୍ତେ ସୈାରଚାଳିତ ଚାରଜିଙ୍ଗ ଷ୍ଟେସନ ଉଦଘାଟିତ ହୋଇଯାଇଛି । ଏହାକୁ ଗଂଜାମ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭି.କୀର୍ତ୍ତିଭାଷନ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଉଦଘାଟନ କରିବା ସହିତ ଛାତ୍ରଛାତ୍ରୀଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ପରିବେଶର ସୁରକ୍ଷା ଏବଂ ଲୋକଙ୍କ ଚାହିଦା ଅନୁସାରେ ବର୍ତ୍ତମାନ ଯୁବପୀଢୀ ମାନେ ଇଲେକ୍ଟିକାଲ ବାଇକ ଚଲାଉଛନ୍ତି । ସେହି ବାଇକ ଗୁଡିକ ନିମନ୍ତେ ଏହି ସୈାରଚାଳିତ ଚାରଜିଙ୍ଗ ଷ୍ଟେସନ ବହୁତ ସହାୟକ ହେବ ବୋଲି ଗଂଜାମ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ କହିଥିଲେ । ଛତ୍ରପୁର ସରକାରୀ ଆଇଟିଆଇର ପ୍ରିନ୍ସପାଲ ଇଂ ପ୍ରିୟବ୍ରତ ପଣ୍ଡା ପୈାରହିତ୍ୟ ରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ ହୋଇଥିଲା । ଅନୁଷ୍ଠାନରେ ୬ଟି ଟ୍ରେଡ ଉପରେ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରି ସେମାନଙ୍କ ଦକ୍ଷତାର ବିକାଶ କରାଯାଉଛି ବୋଲି ସେ କହିଥିଲେ । ଏହାସହି ଆଜି ଯେଉଁ ସୈାରଚାଳିତ ଚାରଜିଙ୍ଗ ଷ୍ଟେସନ ଉଦଘାଟିତ ହୋଇଛି । ତାହା ସାରା ରାଜ୍ୟରେ ପ୍ରଥମ ଅଟେ । ପୂର୍ବରୁ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରବାଦ ପୁରୁଷ ବିଜୁବାବୁଙ୍କ ଡାକୋଟା ସହ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରି ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ଟ୍ରେନିଂ ଅଫିସର ରାମକୃଷ୍ଣ ସାହୁ ଓ ଅନୁପ ରଣା, ଆସିଷ୍ଟାଣ୍ଡ ଟ୍ରେନିଂ ଅଫିସର ଦୁର୍ଯ୍ୟୋଧନ ମହନ୍ତ, କାର୍ତ୍ତିକ ସିଂ ଓ ନିରୂପମା ବାରିକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଅନୁଷ୍ଠାନରେ ୮୦୦ଜଣ ଛାତ୍ରଛାତ୍ରୀ ତାଲିମ ଗ୍ରହଣ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here