ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର

0
214

ପୋଲସରା : ପୋଲସରାର ମା ଦକ୍ଷିଣ କାଳୀ ଯୁବକ ସଂଘ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ, ସମରଝୋଳ, ହିଞ୍ଜିଳିକାଟୁ ର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଗ୍ଳୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ପୋଲସରା ବଜାର ସାହି ପେଣ୍ଠ ଘରରେ ନଭେମ୍ବର ୧୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ମା ଦକ୍ଷିଣ କାଳୀ ଯୁବକ ସଂଘ ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦଙ୍କ ଉପସ୍ଥିତରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଶିବିର କାର୍ଯ୍ୟ ଆରମ୍ଭ ହୋଇଥିଲା। ମାଗଣା ଚକ୍ଷୁ ପରୀକ୍ଷାରେ ମୋଟ ୭୨ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଥିବା ବେଳେ ୧୦ ଜଣଙ୍କୁ ଚଷମା, ୩୫ ଜଣଙ୍କ ପରଳ ବା ମୋତିଆବିନ୍ଦୁ ଚିହ୍ନଟ ଓ ୨୫ ଜଣଙ୍କ ସମ୍ପୂର୍ଣ୍ଣ ମାଗଣା ଅସ୍ତ୍ରୋପଚାର ପାଇଁ ସମରଝୋଳ ହିଞ୍ଜିଳିକାଟୁ ନିକଟସ୍ଥ ସମରଝୋଳ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ପଠାଯାଇଥିଲା। ୧୮ ଜଣଙ୍କ ଗ୍ଳୁକୋମା ପରୀକ୍ଷା କରାଇବା ସହିତ ସେମାନଙ୍କ ଫୋଟ ସଗ୍ରହ କରାଯାଇଥିଲା। ୭ ଜଣଙ୍କ ରେଟିନା ଚେକ ଅପ୍ ମଧ୍ୟ ହୋଇଥିଲା। ଶଙ୍କର ଚକ୍ଷୁ ଚିକିତ୍ସାଳୟର କ୍ୟାମ୍ପ ମ୍ୟାନେଜର ନଳନୀ କାନ୍ତ ରାଉତ, ଅପଟୋମେଟ୍ରିଷ୍ଟ ଭଗବାନ ପଣ୍ଡା, ଶୁଭଶ୍ରୀ, ବି.ଭାରତୀ, ଚକ୍ଷୁ ଟେକ୍ନିସିଆନ ଆରଧନା, ରଘୁନାଥ ପାଢି ଶିବିର କୁ ପରିଚାଳନା କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here