ମୁକ୍ତା ଯୋଜନାର ଦକ୍ଷତା ବିକାଶ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

0
160

ବୁଗୁଡା : “ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ” ( ମୁକ୍ତା ) ଯୋଜନା ବିଷୟରେ ଦକ୍ଷତା ବିକାଶ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଜୁଲାଇ ୧୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ଏନଏସି କଲ୍ୟାଣ ମଣ୍ଡପ ପରିସରରେ ଭିଡିଓ କନଫେରେନସ ମାଧ୍ୟମରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଯୁଗ୍ମ ସଚିବ ସାରଳା ପ୍ରସାଦ ପଣ୍ଡା, ୱାର୍ଡ ଅଫିସ ପରିଚାଳନା କମିଟି ଓ ୱାର୍ଡ଼ ସଂଯୋଜିକା ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମୀ ରଞ୍ଜନ ଦାଶ, ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀଙ୍କ ସମେତ ମୁକ୍ତା ପ୍ରଫେସନାଲ ସର୍ବେଶ୍ୱର ବାରିକ (ପିସି), ସଙ୍କେତ ପାଣିଗ୍ରାହୀ(ଏଇ) ଓ ଦ୍ବିତୀକୃଷ୍ଣ ସାହୁ (ଜେଇ) ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରଶନ୍ନ ମହାରଣା, ଏସଏମଏମୟୁ, ସୁଡା ଓ ପବିତ୍ର କୁମାର ନାୟକ ସିଏମଏମୟୁ, ସୁଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ, ଓ ମିଶନ ଶକ୍ତି ମେମ୍ବର ମାନଙ୍କୁ ମୁକ୍ତା ଯୋଜନାର ବିକାଶ ଓ ଦକ୍ଷତା ବିଷୟରେ ତାଲିମ ପ୍ରଦାନ କରିଥିଲେ।

ରିପୋର୍ଟ:ସ୍ବରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here