ଜିଲ୍ଲା ସ୍ତରୀୟ ରାଜସ୍ୱ ବିଭାଗୀୟ ସମୀକ୍ଷା ବୈଠକ ଉନ୍ନୟନ କାର୍ଯ୍ୟ ନିମନ୍ତେ ସରକାରୀ ଜମି ହସ୍ତାନ୍ତର କାର୍ଯ୍ୟ ଶୀଘ୍ର ଶେଷ କର- ଜିଲ୍ଲାପାଳ

0
168

ଛତ୍ରପୁର : ଗଞ୍ଜାମ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ରାଜସ୍ୱ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି I ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ରାଜସ୍ୱ ବୈଠକରେ ଜିଲ୍ଲାପାଳ ସମସ୍ତ ତହସିଲଦାର ମାନଙ୍କୁ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସକାଶେ ଆବଶ୍ୟକ ହେଉଥିବା ସରକାରୀ ଜମି ଗୁଡିକ ଚିହ୍ନଟ କରି ବସ ଷ୍ଟାଣ୍ଡ , ଚିକିସ୍ଚାଳୟ, ବିଦ୍ୟାଳୟ ଇତ୍ଯାଦିକୁ ଯଥା ଶୀଘ୍ର ହସ୍ତାନ୍ତରିତ କରିବାକୁ କହିଛନ୍ତି I ବେବନ୍ଦୋବସ୍ତ ଜମି ଗୁଡିକ ମଧ୍ୟ ବନ୍ଦୋବସ୍ତ କରିବା ପାଇଁ ନିର୍ଦେଶ ଦେଇଥିଲେ I ଗ୍ରାମ କଣ୍ଠ ପରମ ଭୋକ ଜମି ଗୁଡିକ ଯଥା ଶୀଘ୍ର ବନ୍ଦୋବସ୍ତ କରିବାକୁ କହିଥିଲେ I ଜିଲ୍ଲାରେ ରହିଥିବା 143 ଗୋଟି ସଇରାତ ଉତ୍ସ ଗୁଡିକ କାର୍ଯ୍ୟକ୍ଷମ ରହିଛି I ଯଥାଶୀଘ୍ର ସେଗୁଡିକ ଷ୍ଟିଲ ଏବଂ ମାଇନ୍ସ ବିଭାଗକୁ ହସ୍ତାନ୍ତର କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇଥିଲେ I ଓଡିଶା ରାଜ୍ୟ ପରିବହନ ବିଭାଗ ବସ ଗୁଡିକ ଆସନ୍ତା 2 ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ I ବସି ରହିବା ଡିପୋ ସକାଶେ ଜାଗା ଚିହ୍ନଟ କରିବାକୁ କୁହାଯାଇଛି I ଓ ପି ଟି ସି ଏଲ ସକାଶେ 50 ଏକର ଜାଗା ଦିଆଯିବ I ସେଥି ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ତହସିଲଦାର ମାନଙ୍କୁ ଜଣାଇଥିଲେ I ଅବକାରୀ ବିଭାଗକୁ ଚଳିତ ଆର୍ଥିକ ବର୍ଷ 2023-24 ସକାଶେ 98.4 କୋଟି ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି I ତନ୍ମଧ୍ୟରୁ 23.18 କୋଟି ଏଯାବତ ଆଦାୟ ହୋଇଛି I ଏହାକୁ ବ୍ୟାପକ କରି ଡିସେମ୍ବର ଶେଷ ସୁଧା ଲକ୍ଷ୍ୟ ଧାର୍ଯ୍ୟ ପୂରଣ କରିବାକୁ ନିର୍ଦେଶ ଦେଇଥିଲେ I ସେହିପରି ଆଞ୍ଚଳିକ ପରିବହନ କାର୍ଯ୍ୟIଲୟ ଗଞ୍ଜାମ ନିମନ୍ତେ 96.65 କୋଟି ଲକ୍ଷ୍ୟ ରଖାଯାଇଛି I ଏଯାବତ 21.87 କୋଟି ଆଦାୟ ହୋଇଛି I ଆଞ୍ଚଳିକ ପରିବହନ କାର୍ଯ୍ୟIଲୟ ଭଞ୍ଜନଗର ସକାଶେ ଚଳିତ ଆର୍ଥିକ ବର୍ଷରେ 61.4 କୋଟି ଲକ୍ଷ୍ୟ ରଖା ଯାଇଥିବା ସ୍ଥଳେ 3.42 କୋଟି ଆଦାୟ ହୋଇଛି I ଲକ୍ଷ୍ୟ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ପୂରଣ କରିବାକୁ ଉଭୟ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦେଶ ପ୍ରଦାନ କରିଥିଲେ I ଜିଲ୍ଲାର ବିଭିନ୍ନ ସ୍ଥାନରେ ବସଷ୍ଟାଣ୍ଡ ସକାଶେ ଜାଗା ଚିହ୍ନଟ କରାଯାଇଛି I ଆଞ୍ଚଳିକ ପରିବହନ ବିଭାଗ ଉକ୍ତ ସ୍ଥାନ ଗୁଡିକ ତଦାରଖ କରି ବସଷ୍ଟାଣ୍ଡ ସକାଶେ ଉପଯୁକ୍ତ ନାଁ ନIହିଁ ଜଣାଇଲେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ I ସେହି ଭଳି ବସ ରହଣି ସକାଶେ ଡିପୋର ସ୍ଥାନ ନିରୂପଣ ହୋଇଛି I ସେଗୁଡିକୁ ମଧ୍ୟ ଦେଖି ଜଣାଇବାକୁ କୁହାଯାଇଛି I ମୋ ଘର ଯୋଜନାରେ ହିତାଧିକାରୀ ମାନଙ୍କ ସକାଶେ ଆବଶ୍ୟକ ପଡୁଥିବା ବିଭିନ୍ନ ପ୍ରମାଣ ପତ୍ର ସମ୍ବନ୍ଧୀୟ କାର୍ଯ୍ୟ ଅବିଳମ୍ବେ ଶେଷ କରି ପ୍ରମାଣ ପତ୍ର ପ୍ରଦାନ କରିବାକୁ କୁହାଯାଇଛି I ଯେଉଠି ରାଜସ୍ୱ ନିରିକ୍ଷକ ଙ୍କ କୋଠା ନିର୍ମାଣ ହୋଇଛି ତାହା କାର୍ଯ୍ୟକ୍ଷମ କରିବାକୁ ନିର୍ଦେଶ ଦିଆଯାଇଛି I ଜମି ଜମା ବାବଦ ସମସ୍ଯା ସମ୍ପର୍କିତ ସୁବିସ୍ତୃତ ଆଲୋଚନା ହୋଇଛି ଏବଂ ସେଗୁଡିକ ଆସନ୍ତା ବୈଠକ ପୂର୍ବରୁ ଯେଭଳି ସମାଧାନ ହେବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି I ତହସିଲ ଦ୍ଵାରା କରାଯାଉଥିବା ଚଢାଉ କାର୍ଯ୍ୟକୁ ବ୍ୟାପକ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ I
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ପ୍ରିୟା ରଞ୍ଜନ ପୃଷ୍ଟି, ପ୍ରାରମ୍ଭିକ ସୂଚନା ପ୍ରଦାନ କରି ସମୀକ୍ଷା କରିଥିଲେ I ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଭଞ୍ଜନଗର ଉପଜିଲ୍ଲାପାଳ ଜ୍ଯୋତି ରଞ୍ଜନ ରାୟ , ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ, ଡେପୁଟି କଲେକ୍ଟର ରାଜସ୍ୱ ପ୍ରକାଶ କୁମାର ଦାସ, ଭୂ ଅର୍ଜନ ଅଧିକାରୀ ଦୟାସିନ୍ଧୁ ପରିଡା, ସମସ୍ତ ତହସିଲଦାରଗଣ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here