ବାଇକ୍ ଧକ୍କାରେ ଜଣେ ମୃତ,ଦୁଇ ଗୁରୁତର

0
1735

କୁକୁଡ଼ାଖଣ୍ଡି:ସଦର ଥାନା ଅନ୍ତର୍ଗତ ପୁରୁଣା ଯୁଗୀଆପଲ୍ଲୀ ନିକଟରେ ଏକ ବାଇକ ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ, ଚମାଖଣ୍ଡି ଥାନା ଅନ୍ତର୍ଗତ ପୁଟବଗଡ଼ ଗ୍ରାମର ମନୋଜ ପ୍ରଧାନ ଏବଂ ତାଙ୍କ ବନ୍ଧୁ ସତ୍ୟ ପ୍ରଧାନ ଦୁହେଁ ମିଶି (OD 07-Q-9927)ନମ୍ବର ବିଶିଷ୍ଟ ଏକ ବାଇକରେ ବ୍ରହ୍ମପୁର ରୁ ନିଜ ଗ୍ରାମ ପୁଟବଗଡ଼ ଫେରୁଥିଲେ । ଏହି ସମୟରେ ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ପୁରୁଣା ଯୁଗୀଆପଲ୍ଲୀ ନିକଟରେ କାଶୀ ପାତ୍ର ନାମକ ଜଣେ ବ୍ୟକ୍ତି ରାସ୍ତା ପାର କରୁଥିବା ବେଳେ ବାଇକଟି ଧକ୍କା ଦେଇଥିଲା । ଯାହା ଫଳରେ ପୁଟ ବଗଡ଼ ଗ୍ରାମର ମକରା ପ୍ରଧାନଙ୍କ ପୁଅ ମନୋଜ ପ୍ରଧାନ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ପୁଟ ବଗଡ଼ ଗ୍ରାମର ସତ୍ୟ ପ୍ରଧାନ ଓ ଯୁଗୀଆପଲ୍ଲୀ ଗ୍ରାମର କାଶୀ ପାତ୍ର ଗୁରୁତର ହୋଇପଡିଥିଲେ।ଏହି ଘଟଣା ସମ୍ପର୍କରେ ଖବର ପାଇ ନିମଖଣ୍ଡି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରିବା ସହ ମୃତ୍ୟୁ ବରଣ କରିଥିବା ମନୋଜର ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠେଇଥିବା ବେଳେ ତଦନ୍ତ ଜାରି ରହିଥିବା ନେଇ ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here