ହାତୀଓଟ ଗ୍ରାମରେ ” ମୋ ଗାଁରେ ତହସିଲ ” କାର୍ଯ୍ୟକ୍ରମ

0
250

ପୋଲସରା : ଗଞ୍ଜାମ ଜିଲ୍ଲାର ପୋଲସରା ତହସିଲ ଅନ୍ତର୍ଗତ ହାତୀଓଟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଏପ୍ରିଲ ୩୦ ତାରିଖ ଦିନ ” ମୋ ଗାଁରେ ତହସିଲ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହାତୀଓଟ ପଞ୍ଚାୟତରେ ଅନୁଷ୍ଠିତ ” ମୋ ଗାଁରେ ତହସିଲ ” କାର୍ଯ୍ୟକ୍ରମରେ ପୋଲସର ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀକାନ୍ତ ସାହୁ ଓ ପୋଲସରା ତହସିଲଦାର ଦିଲ୍ଲୀପ କୁମାର ନାୟକ ଯୋଗଦେଇ ୩୩ ଜଣଙ୍କୁ ସାର୍ଟିଫିକେଟ ଓ ଅନ୍ୟାନ୍ୟ ଦଲିଲ ଏବଂ ୩୯ ଜଣଙ୍କୁ ଗ୍ରାମ କଣ୍ଟକ ପଟ୍ଟା ଓ ମ୍ୟୁଟେସନ ପଟ୍ଟା ପ୍ରଦାନ କରିଥିଲେ। ମୋଟ ୭୨ ଜଣ ବ୍ୟକ୍ତି ଉପକୃତ ହୋଇପାରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜସ୍ୱ ନିରୀକ୍ଷକ ସଂଯୋଜନା କରିଥିବା ବେଳେ ତହସିଲ ଓ ପଞ୍ଚାୟତ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ। ଏଣିକି ପ୍ରତ୍ୟେକ ସପ୍ତାହରେ ଗୋଟିଏ ଲେଖାଏଁ ପଞ୍ଚାୟତରେ ” ମୋ ଗାଁରେ ତହସିଲ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଦ୍ୱାରା ଜନସାଧାରଣ ତହସିଲ କାର୍ଯ୍ୟାଳୟକୁ ଯିବାକୁ ପଡିବନାହିଁ ବୋଲି ତହସିଲଦାର ଶ୍ରୀ ନାୟକ ପ୍ରକାଶ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here