ବେଗୁନିଆପଡା ବ୍ଲକ ବି ଆର ଟି ଙ୍କ ଅକାଳ ବିୟୋଗ

0
382

ବେଗୁନିଆପଡା:ବେଗୁନିଆପଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବି ଆର ଟି ଧ୍ରୁବ ଚରଣ ସେଠୀଙ୍କର ଗତ କାଲି ବିଳମ୍ବିତ ରାତିରେ ଅକାଳ ବିୟୋଗ ଘଟିଛି। ଗତ ୨୨ ତାରିଖରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ସହ ଅମ୍ଳଜାନ ସ୍ତର କମିବା ପରେ ତାଙ୍କୁ ପ୍ରଥମେ ଆସିକା ସ୍ଥିତ ବାବନପୁର ଓ ପରେ ବ୍ରହ୍ମପୁର ଏମ କେ ସି ଜି କୁ ସ୍ଥାନାନ୍ତର କରାଯାଇଥିଲା। ଗତ କାଲି ବିଳମ୍ବିତ ରାତିରେ ତାଙ୍କର ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଜଣେ କାର୍ଯ୍ୟଦକ୍ଷ ଓ ମେଳାପୀ କର୍ମଚାରୀ ଭାବେ ସେ ସମସ୍ତଙ୍କ ମନରେ ସ୍ଥାନ ପାଇଥିଲେ। ତାଙ୍କ ମୃତ୍ୟୁରେ ବେଗୁନିଆପଡା ବି ଇ ଓ କମଳା କାନ୍ତ ସାହୁ ଓ ସମସ୍ତ କର୍ମଚାରୀ, ଶିକ୍ଷକ, ଶିକ୍ଷୟତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here