ବଡଖେମୁଣ୍ଡି ତାଲୁକା ରଜତ ସମାଜର ନୂତନ କର୍ମକର୍ତ୍ତା ଚୟନ

0
320

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ବଡଖେମୁଣ୍ଡି ତାଲୁକା ରଜତ ସମାଜର ନୂତନ କର୍ମକର୍ତ୍ତା ରବିବାର ଦିନ ଚୟନ ହୋଇଥିବା ଜଣାପଡିଛି । ପୂର୍ବତନ ସଭାପତି ସିମାଞ୍ଚଳ ସେଠୀଙ୍କ ଅଧ୍ୟକ୍ଷତାରେ ଦିଗପହଣ୍ଡି ବ୍ଳକ କଇଠଡା ପଞ୍ଚାୟତ ଅଧିନସ୍ଥ କଲ୍ୟାଣପୁର ସମାଜ ଗୃହ ପ୍ରାଙ୍ଗଣରେ ଏକ ମହାସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବଡଖେମୁଣ୍ଡି ତାଲୁକାର ଉପ ସଭାପତି କବିରାଜ ସେଠୀ , ସଂପାଦକ ନକୁଳ ସେଠୀ , ସହ ସଂପାଦକ ସନ୍ତୋଷ ସେଠୀ , କୋଷାଧ୍ୟକ୍ଷ ଟୁଟୁ ସେଠୀ ସମେତ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ ଓ ବହୁ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ । ତେବେ ଆଜିର ମହାସଭାରେ ସର୍ବସମ୍ମତିକ୍ରମେ କ୍ରମେ ସମାଜର ବିକାଶକୁ ଦୃଷ୍ଟିରେ ରଖି ଯୁବ ପିଢ଼ିକୁ ଅଗ୍ରାଧିକାର ଦିଆଯିବା ସହ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା । ସଭାପତି ରୂପେ ଜାଗିଲି ସେଠୀ , ଉପସଭାପତି ସନ୍ତୋଷ କୁମାର ସେଠୀ , ସଂପାଦକ ପବିତ୍ର ସେଠୀ , ସହ ସଂପାଦକ ସୁରେନ୍ଦ୍ର ନାଥ ସେଠୀ , ପତ୍ର ବାହକ ସୁଦାମ ସେଠୀ , କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ସେଠୀ , ଉପଦେଷ୍ଟା କୁରେଶୁ ସେଠୀ ଓ ବିପ୍ରଚରଣ ସେଠଙ୍କୁ ନୂତନ କର୍ମକର୍ତ୍ତା ଭାବେ ମନୋନୀତ କରାଯାଇଥିଲା । ଏହି ମହାସଭାରେ ଦିଗପହଣ୍ଡି ବ୍ଳକ ଅଧିନସ୍ଥ ସମସ୍ତ ପଞ୍ଚାୟତ ତଥା ବଡଖେମୁଣ୍ଡି ତାଲୁକାର ସମସ୍ତ ମୁଠା କର୍ମକର୍ତ୍ତା ଉପସ୍ଥିତ ରହି ମହାସଭା ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here