ବେଲଗୁଣ୍ଠା ରେ ପ୍ରଶାସନ ଦ୍ୱାରା ଲକ୍ ଡାଉନ୍ ବ୍ଲକିଂ,୧୫୦୦୦ ଜୋରିମନା ଆଦାୟ

0
516

ବେଲଗୁଣ୍ଠା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ)କରୋନା ମୁକାବିଲା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ୧୦ମ ଦିନରେ ପହଞ୍ଚିଛି ।ହେଲେ ବର୍ତ୍ତମାନ ସୁଦ୍ଧା ବି କିଛି ଅମାନିଆ କୌଣସି ନା କୌଣସି ବାହାନା ଦେଖାଇ ସହରରେ ବୁଲୁଥିବା ଲକ୍ଷ୍ୟ କରାଯାଇଛି ।ଏଥିପାଇଁ ଆଜି ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ବେଲଗୁଣ୍ଠା ବ୍ଲକ ଛକ ଠାରେ ୨୦ ଟି ଅମାନିଆ ବାଇକ୍ ଚାଳକଙ୍କ ଠାରୁ ୧୦୦୦୦ ଟଙ୍କା ଜୋରିମନା ଆଦାୟ କରାଯାଇଛି ।ସେହିପରି ଜଗନ୍ନାଥ ପ୍ରସାଦ ରୋଡ୍ ଛକ ଠାରେ ବେଲଗୁଣ୍ଠା ପୋଲିସ ତରଫରୁ କାମ ନଥାଇ ବୁଲୁଥିବା କିଛି ବାଇକ୍ ଚାଳକଙ୍କ ଠାରୁ ୫୦୦୦ ଟଙ୍କା ଜୋରିମନା ଆଦାୟ କରାଯାଇଥିବା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଜଣାଇଛନ୍ତି ।
ଫଟୋ

LEAVE A REPLY

Please enter your comment!
Please enter your name here