ବାସନ୍ତୀ ଦୁର୍ଗା ମିନି ଟ୍ରକ ମାଲିକ ସଂଘ ପକ୍ଷରୁ ଵିଶାଳ ରକ୍ତଦାନ ଶିବିର

0
175

ଭୁବନେଶ୍ୱର : ବାସନ୍ତୀ ଦୁର୍ଗା ମିନିଟ୍ରକ ମାଲିକ ସଂଘର ୨୩ ତମ ବାର୍ଷିକ ଉତ୍ସବ ଅବସରରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ଓଡିଶା ମୋ ପରିବାର ଓ ବାସନ୍ତୀ ଦୁର୍ଗା ମିନି ଟ୍ରକ ମାଲିକ ସଂଘ ମିଳିତ ସହଯୋଗରେ ରସୁଲଗଡ ଦୁର୍ଗାପୂଜା ମଣ୍ଡପ ଠାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ମିନି ଟ୍ରକ ଓନର୍ସ ଆସୋସିଏସନ ସମ୍ପାଦକ ସୁଶାନ୍ତ କୁମାର ରଣାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଶିବିରରେ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ଓଡ଼ିଶା ମୋ ପରିବାର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ, ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାସ, ଜୀବନ ବିନ୍ଦୁ ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ରୁଦ୍ର ସାମନ୍ତରାୟ, ଦୁର୍ଗା ସାମନ୍ତରାୟ, ଋଷି ପଟନାୟକ, ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର ସେକ୍ ନୂର୍ ହାସନ୍, ମିହିର ରାଉତ, ବିପ୍ଳବ ବେହେରା, ସଞ୍ଜୟ ବଳିଆର ସିଂହ, ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ପ୍ରଧାନ, ସୁଶିଲ ପ୍ରଧାନ ପ୍ରମୁଖ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ୟୁନିଟ ୫୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ମିନିଟ୍ରକ ଆସୋସିଏସନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here