ଯଶୋଦା ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0
176

ଛତ୍ରପୁର: ଛତ୍ରପୁର ଉପକଣ୍ଠ କରପଡା ଗ୍ରାମ ରେ ଯଶୋଦା ଫାଉଣ୍ଡେସନ ପକ୍ଷରୁ ଟ୍ରଷ୍ଟି ସାଗରୀକା ପଣ୍ଡା ପୌରହିତ୍ୟ ରେ ଏକ ବୃକ୍ଷ ରୋପଣ ଏବଂ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ,ସରପଞ୍ଚ ଅଜୟ କୁମାର ନାୟକ,ସିଆରପି ଲତା କୁମାରୀ ଚର୍ଚ୍ଚି ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ମା ମାନେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ, ଏହି ଅବସର ରେ ଫାଉଣ୍ଡେସନ ପକ୍ଷରୁ ନଡ଼ିଆ ,ଅଅଳା,ଡାଳିମ୍ବ,ବଉଳ କୋଳି,କୃଷ୍ଣ ଚୂଡ଼ାଙ୍କ ସମେତ ବିଭିନ୍ନ ରକମର ଚାରା ବଣ୍ଟନ କରାଯାଇଥିଲା,ସମସ୍ତ କାର୍ଯ୍ୟକ୍ରମ କୁ ଫାଉଣ୍ଡେସନ ର ଟ୍ରଷ୍ଟି ସାଗରୀକା ପଣ୍ଡା, ସୁଦେଷ୍ଠା ଓ ପୁଷ୍ପଞ୍ଜଳି ସାହୁ ପରିଚାଳନା ରେ ସହଯୋଗ କରିଥିଲେ

LEAVE A REPLY

Please enter your comment!
Please enter your name here