ଚେନ୍ନାଇରେ ଓଡ଼ିଆ ଯୁବକଙ୍କ ବିଦ୍ୟୁତ ଆଘାତରେ ମୃତ

0
614

ଗଞ୍ଜାମ:ଚେନ୍ନାଇର ଏକ କମ୍ପାନୀରେ କାମ କରୁଥିବା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଜକର ଗ୍ରାମର ଅଜୟ ପ୍ରଧାନଙ୍କ ଗତ ୫ ତାରିଖ ରାତିରେ ବିଦ୍ୟୁତ ଆଘାତ କାରଣରୁ ମୃତ୍ୟୁ ଘଟିଥିବା ଜଣାପଡିଛି । ଖବରପ୍ରକାରେ , ଗ୍ରାମର ଗାଣ୍ଡୁ ପ୍ରଧାନ ଓ ବାଙ୍କୀ ପ୍ରଧାନଙ୍କ ଏକମାତ୍ର ରୋଜଗାର ପୁଅ ଆଇ ଟି ଆଇ ପାସ ପରେ ଗତ କିଛିଦିନ ହେଲା ଚେନ୍ନାଇ ଯାଇ ପାୱାର ବିଲିଡେର ନାମକ ଏକ ଘରୋଇ କମ୍ପାନୀରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରି ଆସୁଥିଲେ । ତେବେ କାର୍ଯ୍ୟ କରୁଥିବା ସମୟରେ ଅସାବଧାନତା କାରଣରୁ ବିଦ୍ୟୁତ ଆଘାତ ଲାଗିବାରୁ ଅଚେତ ଅବସ୍ଥାରେ ଅନ୍ୟ କର୍ମଚାରୀ ମାନେ ନିକଟସ୍ଥ ମେଡିକାଲ ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ପରିବାରକୁ ଜଣାଇବା ପରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ପ୍ରଧାନଙ୍କ ସହଯୋଗ କ୍ରମେ ଗତକାଲି ମରଶରୀର ଭିଟାମାଟି ଜକର ଗ୍ରାମରେ ପହଞ୍ଚିଥିଲା । ଏପଟେ ଏକମାତ୍ର ରୋଜଗାରକ୍ଷମ ପୁଅକୁ ହରାଇ ଧୋର୍ଯ୍ଯହରା ହୋଇପଡିଛନ୍ତି ବାପା ମାଆ । ପୁଅର ଶବ ପାଖରେ ବସି ମୁଣ୍ଡ ବାଡ଼େଇ କାନ୍ଦୁଛନ୍ତି ଆତ୍ମୀୟସୂଜନ । ଯୁବକଙ୍କ ମର ଶରୀର ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଅପରପକ୍ଷରେ କମ୍ପାନୀ ପକ୍ଷରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ତେବେ ଏତେ କମ୍ ସହାୟତା ଯୋଗାଇ ଦେବାପାଇଁ ଜଣେ ଅସହାୟ ପରିବାର ଚଳଣୀୟ ନୁହେଁ ବୋଲି ଗ୍ରାମବାସୀ କ୍ଷୁବ୍ଧ ପ୍ରକାଶ କରିଛନ୍ତି । ଏନେଇ ସରପଞ୍ଚ ପ୍ରତିନିଧି ଶ୍ରୀ ପ୍ରଧାନ ଓ ସମିତି ସଭ୍ୟ ପ୍ରତିନିଧି ତ୍ରିପତୀ ପ୍ରଧାନ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇବା ସହ କମ୍ପାନୀ କର୍ତ୍ତୃପକ୍ଷ ଓ ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here