ନୂତନ ମନ୍ଦିର ବିଗ୍ରହ ପ୍ରତିଷ୍ଠା ନିମନ୍ତେ ଦିଗପହଣ୍ଡି ସହର ଉତ୍ସବ ମୁଖର : କଳସ ଯାତ୍ରାରେ ଯୋଗଦେଲେ ୧୦୮ ମହିଳା

0
598

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଏନ୍ ଏସି ୧ ନଂ ୱାର୍ଡ ଅଞ୍ଚଳ କଲୋନୀ ନୀଳାଦ୍ରି ବିହାର , ଭୀମ ନଗର ପ୍ରାଙ୍ଗଣରେ ଗୁରୁବାର ଠାରୁ ୪ ଦିନ ବ୍ୟାପୀ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ , ବଳଭଦ୍ର , ସୁଭଦ୍ରା , ମହାଲକ୍ଷ୍ମୀ , ସିଦ୍ଧ ବିନାୟକ ଓ ହନୁମାନଙ୍କ ନୂତନ ମନ୍ଦିର ବିଗ୍ରହ ଓ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଯାହାକୁ ନେଇ ଦିଗପହଣ୍ଡି ସହର ଉତ୍ସବ ମୁଖର ହୋଇଥିବା ବେଳେ ୧୦୮ କଳସ ଯାତ୍ରାରେ ଯୋଗ ଦେଇଛନ୍ତି ବହୁ ମହିଳା । ଖବରପ୍ରକାରେ , ଦିଗପହଣ୍ଡି ଶାସନ ସାହି ବାସିନ୍ଦା ବିଦ୍ୱାନ ପଣ୍ଡିତ ସ୍ବର୍ଗତ ସୁଦର୍ଶନ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ପୁତ୍ର ମୃତ୍ୟୁଞ୍ଜୟ ମିଶ୍ର ଏହି ଭବ୍ୟ ମନ୍ଦିର ନିର୍ମାଣ କରିଥିବା ବେଳେ ଆଜି ଏହାର ପ୍ରତିଷ୍ଠା ହୋଇଥିଲା । ଏହି ଅବସରରେ ଆଜି ବରିଷ୍ଠ ପଣ୍ଡିତଙ୍କ ତତ୍ବାବଧାନରେ ପରିବାରର ମହିଳା ମାନେ କଳସ ଯାତ୍ରାରେ ବାହାରି ନିକଟସ୍ଥ ବଡବନ୍ଧ ପୋଖରୀରୁ ଗଙ୍ଗାମାତାଙ୍କୁ ଆବାହନ କରି ବିରାଟ ଶୋଭାଯାତ୍ରାରେ କୀର୍ତ୍ତନ ଓ ବାଜା ବାଜାଣରେ ଜଳଯାତ୍ରା କରିଥିଲେ । ଏହାପରେ ମନ୍ଦିର ପରିସରରେ ବନଯୋଗ , ମଣ୍ଡଳକରଣ ଓ ଅଙ୍କୁରାରୋପଣ ପୂଜା ଅନୁଷ୍ଠିତ ହୋଇଥିଲା । ଏହି ଯଜ୍ଞରେ ମୃତ୍ୟୁଞ୍ଜୟ ମିଶ୍ର ଓ ଧର୍ମପତ୍ନୀ ରାଜଲକ୍ଷ୍ମୀ ମିଶ୍ର କର୍ତ୍ତା ରୂପେ ପୂଜାରେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଷ୍ଠା ଉତ୍ସବରେ ପରିବାର ସଦସ୍ୟ ବ୍ଯମକେଶ ମିଶ୍ର , ସ୍ବାତିଲେଖା ମିଶ୍ର , ସତ୍ଯାଲୋକ ଦାସ , ଲିପ୍ସା ରାଣୀ ଦାସ , ଭବାନୀ ଶଙ୍କର ମିଶ୍ର , ସୀତାକାନ୍ତ ମିଶ୍ର , ରଜନୀ କାନ୍ତ ମିଶ୍ର , ସରୋଜ କାନ୍ତ ମିଶ୍ର ସମେତ ସହରବାସୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here