ଜିଲ୍ଲାପରିଷଦ ପ୍ରାର୍ଥୀନୀ ପୂର୍ଣ୍ଣବାସୀଙ୍କ ପାଇଁ 47 ନମ୍ବର୍ ଜୋନ୍ ର ତିନି ପଞ୍ଚାୟତରେ ମାରାଥନ ପ୍ରଚାର କଲେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ

0
375

ବେଲଗୁଣ୍ଠା: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାରର ମାହୋଲ୍ ମଧ୍ୟ ବଢ଼ି ଚାଲିଛି I ବେଲଗୁଣ୍ଠା ବ୍ଳକ୍ ର ତିନୋଟି ଜିଲ୍ଳା ପରିଷଦ ଜୋନ୍ ରେ ବିଜେପି ଏବଂ ବିଜେଡ଼ି ନିଜର ପ୍ରଚାର କାର୍ଯ୍ୟ ଜୋରଦାର୍ କରିଥିବା ବେଳେ ଆଜି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ 47 ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ପ୍ରାର୍ଥୀନୀ ପୂର୍ଣ୍ଣବାସୀ ନାୟକଙ୍କ ପାଇଁ ଏହି ଜୋନ୍ ଅନ୍ତର୍ଗତ ଗୋବରା, ବେଣୀପଲ୍ଲୀ ଏବଂ ବଡପଡା ପଞ୍ଚାୟତରେ ପ୍ରଚାର କରିଛନ୍ତି I ଆଜି ପ୍ରଥମେ ସକାଳ ଦଶ ଘଣ୍ଟା ସମୟରେ ବିଧାୟକ ଶ୍ରୀ ସ୍ୱାଇଁ ଗୋବରା ଠାରେ ପହଞ୍ଚିବା ପରେ ଗୋବରା ଠାରେ ଥିବା ବିଜେଡ଼ି କାର୍ଯ୍ୟାଳୟକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ I ଏହାପରେ ମରେଇପାଟ,ବାସୁଦେବପୁର, ଗୋବରା, ବିରିପୁର,ଡେଙ୍ଗାପଦର,ଜୟନ୍ତୀଗଡ଼,ବରପଲ୍ଲୀ ହରିଜନ ସାହି ପ୍ରମୁଖ ଗସ୍ତ କରି ଜିଲ୍ଲାପରିଷଦ ପ୍ରାର୍ଥୀନୀ ପୂର୍ଣ୍ଣବାସୀ ନାୟକ,ଗୋବରା ସରପଞ୍ଚ ପ୍ରାର୍ଥୀନୀ ସୁପ୍ରଭା ନାୟକ,ସମିତି ସଭ୍ୟ ପ୍ରାର୍ଥୀ ବିଭୂପାଦ ଜେନା ଏବଂ ବିଭିନ୍ନ ୱାର୍ଡ୍ ସଭ୍ୟଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ I ଏହି ଅବସରରେ ବିଧାୟକଙ୍କ ସହ ବେଲଗୁଣ୍ଠା ବ୍ଳକ୍ ବିଜେଡ଼ି ସଭାପତି ପ୍ରଶାନ୍ତ ନାୟକ, 47 ନମ୍ବର୍ ଜୋନ୍ ବିଜେଡ଼ି ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର,ପୂର୍ବତନ ସରପଞ୍ଚ ତଥା ଗୋବରା ପଂଚାୟତ ବିଜେଡ଼ି ସଭାପତି ଚନ୍ଦ୍ର ଶେଖର ନାୟକ, ପୂର୍ବତନ ସମିତି ସଭ୍ୟ ରାମେଶ୍ଵର ରାଉତ୍, ସୁରେନ୍ଦ୍ର ଦାସ,ନାରାୟଣ ଗୌଡ଼,ରମେଶ ବିଶ୍ୱାଳ, ନାରାୟଣ ପାତ୍ରଙ୍କ ସମେତ ବହୁ ବିଜେଡ଼ି ନେତା ଓ କର୍ମୀ ବିଧାୟକଙ୍କ ସହ ବିଭିନ୍ନ ଗ୍ରାମକୁ ଯାଇ ଭୋଟ ଭିକ୍ଷା କରିଥିଲେ I ସେହିପରି ବିଧାୟକ ଶ୍ରୀ ସ୍ୱାଇଁ ବେଣୀପଲ୍ଲୀ ପଂଚାୟତର
ବରପଲ୍ଲୀ,ବେଣୀପଲ୍ଲୀ,ଉରିଗଡ଼,କରାଗାଡିଆ ଓ ମାଧବରୀଡା ଠାରେ ଜିଲ୍ଲାପରିଷଦ ପ୍ରାର୍ଥୀନୀ ପୂର୍ଣ୍ଣବାସୀ ନାୟକଙ୍କ ସମେତ ସରପଞ୍ଚ ପ୍ରାର୍ଥୀ ଦୂର୍ଗା ମାଧବ ନାୟକ, ସମିତିସଭ୍ୟା ପ୍ରାର୍ଥୀନୀ ମମତା ମହାନ୍ତିଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ I ଏହାପରେ ବିଧାୟକ ବଡପଡା ପଞ୍ଚାୟତର ବଡପଡା,
ଲୁଦୁଲୁଦି,କୂଶପଲ୍ଲୀ, ଶିରିକୋଈ,କଣ୍ଟେଇପଲ୍ଲୀ ,ସୋମନାଥ ପଲ୍ଲୀ ଯାଇ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ନାୟକଙ୍କ ସମେତ ସରପଞ୍ଚ ପ୍ରାର୍ଥୀନୀ ଗୀତାଞ୍ଜଳି ସାହୁ ଏବଂ ସମିତି ସଭ୍ୟ ପ୍ରାର୍ଥୀ ଶରତ କୁମାର ସ୍ଵାଇଁଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ I ଏହି ଅବସରରେ ବିଭିନ୍ନ ସ୍ଥାନରେ ବହୁ ଦଳୀୟ କର୍ମୀ ଏବଂ ବିଜେଡ଼ି ନେତା ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ I ଏହି ଅବସରରେ ଗୋବରା ପଂଚାୟତରେ ଏବଂ ବେଣୀପଲ୍ଲୀ ପଂଚାୟତରେ ବହୁ ଯୁବକ ଆଜି ଅନୁଷ୍ଠାନିକ ଭାବେ ବିଧାୟକଙ୍କ ଉପସ୍ଥିତିରେ ବିଜେଡ଼ିରେ ଯୋଗଦାନ କରିଥିଲେ I ପ୍ରକାଶ ଥାଉକି ଏହି ଜୋନ୍ ରେ ବିଜେଡ଼ି ସୁବିଧାଜନକ ସ୍ଥିତିରେ ଥିବାରୁ ବିଜେଡ଼ି ପ୍ରାର୍ଥୀଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ଥିବା ଜଣା ପଡ଼ିଛି I ଆଜି ବିଧାୟକ ପ୍ରଚାର ସମୟରେ ବହୁ ବୃଦ୍ଧ ବୃଦ୍ଧାଙ୍କୁ ଭେଟି ରାସନ୍ କାର୍ଡ୍, ଭତ୍ତା, ଆବାସ ଯୋଜନା ସମ୍ପର୍କରେ ବୁଝିବା ସହିତ ସେମାନଙ୍କ ଆବଶ୍ୟକତାକୁ ପୂରଣ କରିବାରେ ସହଯୋଗ କରିବା ପାଇଁ ନିଜ ଦଳୀୟ ପ୍ରାର୍ଥୀଙ୍କୁ ପରାମର୍ଶ ଦେଇଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here