ସ୍ୱଶକ୍ତି ଜାଗରଣ ସେବା ସଂସ୍ଥାନ ପକ୍ଷରୁ ଗୁରୁ ପୂର୍ଣ୍ଣିମା ପାଳନ

0
197

ବ୍ରହ୍ମପୁର: ପବିତ୍ର ବ୍ୟାସ ପୂର୍ଣ୍ଣିମା (ବ୍ୟାସ ଜୟନ୍ତି)ଆସ୍କା ରୋଡ ନିକଟ ଶ୍ରୀ ଶ୍ରୀ ଶ୍ରୀ ରଘୁନାଥ ମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ମହୋତ୍ସବ ଆୟୋଜିତ ହୋଇଥିଲା ।ସ୍ୱଶକ୍ତି ଜାଗରଣ ପରିବାରର ପ୍ରତିଷ୍ଠାତା ଶ୍ରୀ କ୍ରିଷ୍ଣା ଭାୟାଜୀଙ୍କ କରକମଳରେ ପ୍ରଦିପ ପ୍ରଜ୍ଜଳନ ପୂର୍ବକ ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସକାଳ 9ଘଣ୍ଟା 30 ମିନିଟ ସମୟରୁ ସ୍ୱଶକ୍ତି ଜାଗରଣ ସେବା ସଂସ୍ଥାନ ଏବଂ ଏଲ ଭି ପ୍ରସାଦ ଚିକିତ୍ସାଳୟର ତରଫରୁ ନିଶୁଳ୍କ ଚକ୍ଷୁ ପରୀକ୍ଷା କରି 23ଜଣଙ୍କୁ ଅସ୍ତ୍ରୋପଚାର ପାଇଁ ଆମ୍ବପୁଆ ସ୍ଥିତ ଏଲ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟକୁ ସ୍ବତନ୍ତ୍ର ବ୍ୟବସ୍ଥାରେ ନିଆଯାଇଥିଲା।ସେଠାରେ ସମସ୍ତଙ୍କ ରହିବା ଖାଇବାର ସହ ମାଗଣା ଅସ୍ତ୍ରୋପଚାର ବ୍ୟବସ୍ଥା କରାଯାଇଥିଲା।ସେହିପରି ବରିଷ୍ଠ ମେଡିସିନ ସ୍ପେଶାଲିଷ୍ଟ ଡାକ୍ତର ଆଦିତ୍ଯ ନାରାୟଣ ଦାସ ଓ ଡାକ୍ତର ପ୍ରଶାନ୍ତ କୁମାର ସାହୁଙ୍କ ଦ୍ବାରା ବିଭିନ୍ନ ରୋଗର ଚିକିତ୍ସା କରିବା ସହିତ ଔଷଧର ବ୍ୟବସ୍ଥା ସଂସ୍ଥାନ ତରଫରୁ ପୂଜ୍ଯ ଶ୍ରୀ ଗୁରୁଜୀ କ୍ରିଷ୍ଣା ଭାୟାଜୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ସେହିପରି ସଂନ୍ଧ୍ଯାରେ ଗୁରୁ ପୂଜନ ଗୁରୁ ଦୀକ୍ଷା ସହ ପୂଜ୍ଯ ଗୁରୁଦେବ ଶ୍ରୀ କ୍ରିଷ୍ଣା ଭାୟାଜୀଙ୍କ ମୁଖନିଃସୃତ ବାଣୀ ଶ୍ରବଣ ସହ ବ୍ୟାସ ଦେବଙ୍କ ଜୀବନୀ ଓ ସାଧନା ଉପରେ ସମ୍ୟକ୍ ସୂଚନା ଦେଇ ବ୍ୟାସ ପୁର୍ଣ୍ଣିମାର ତାତ୍ପର୍ଯ୍ଯ ବିଷୟରେ ବର୍ଣ୍ଣନା କରିଥିଲେ । ଗୁରୁ ବନ୍ଦନାଦି ଶ୍ଳକାବ୍ରୁତି ସହ ଗୁରୁ ଶିଷ୍ୟ ସଂପର୍କ ଓ ପରମ୍ପରା ଉପରେ ଆଲୋକ ପାତ କରିଥିଲେ । ଉପସ୍ଥିତ ସ୍ୱଶକ୍ତି ସେବା ସଂସ୍ଥାନ ଶତାଧିକ ଗୁରୁ ଭାଇ ଓ ଗୁରୁ ଭଉଣୀ ଗୁରୁଙ୍କୁ ଭକ୍ତି ସୁମନ ପ୍ରଦାନ କରିଥିଲେ ।ଶହ ଶହ ସଂଖ୍ୟକ ଭକ୍ତ ପ୍ରସାଦ ସେବନ କରିବା ସହ ଗୁରୁ କୃପାଲାଭ କରିଥିଲେ।

LEAVE A REPLY

Please enter your comment!
Please enter your name here