ଶ୍ରୀମଦ୍ ଭାଗବତ କଥାଯଜ୍ଞ ଉଦଘାଟିତ

0
155

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରରେ ଅବସ୍ଥିତ କଳିଙ୍ଗ ବୈଶ୍ୟ ଭବନ ଠାରେ ଶନିବାର ଠାରୁ ଶ୍ରୀମଦ୍ ଭାଗବତ ସପ୍ତାହ କଥାଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଶ୍ରୀ ଶ୍ରୀ ନିଗମାନନ୍ଦ ସାରସ୍ଵତ ସଂଘ ଦିଗପହଣ୍ଡି ଆନୁକୂଲ୍ୟରେ ସତଶିକ୍ଷା ପ୍ରଚାର ସମିତି ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମକୁ ପୁରୀ ସାରସ୍ଵତ ଆଶ୍ରମର ଅଧ୍ଯକ୍ଷ ଡ.ସ୍ବାମୀ ଶଙ୍କରାନନ୍ଦ ସରସ୍ବତୀ ଉଦଘାଟନ କରିବା ସହ ମୂଖ୍ଯ ପ୍ରବକ୍ତା ଭାବେ ଯୋଗ ଦେଇଥିଲେ । ଭାଗବତ ସ୍ବୟଂ ଭଗବାନଙ୍କ ମୁଖ ନିଃସୃତ ବାଣୀ ବୋଲି ସେ କହିବା ସହ ଏହାକୁ ନୀତି ନିର୍ଦ୍ଦେଶିକା ଗ୍ରନ୍ଥ ଭାବରେ ବିବେଚିତ କରାଯାଇଥାଏ ବୋଲି ମଧ୍ୟ କହିଥିଲେ । ଏହାର ପଠନ, ଶ୍ରବଣ ଏବଂ କିର୍ତ୍ତନ ଦ୍ବାରା ମାୟା ଅପସରି ଭଗବାନଙ୍କ ଆଶୀର୍ବାଦରୁ ସାଧାରଣ ମାନବ ମହାମାନବରେ ପରିଣତ ହୋଇଥାଏ । ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଦିଗପହଣ୍ଡି ସଂଘ ସଭାପତି ହର୍ଷବର୍ଦ୍ଧନ ତରାଶିଆ, ଭି. ନାଗେଶ୍ବର ରାଜୁ, ଶ୍ଯାମସୁନ୍ଦର ପାଣିଗ୍ରାହୀ, ମନୋଜ କୁମାର ପାଣିଗ୍ରାହୀ, ମଧୁସୂଦନ ପାତ୍ର, ଦୀନବନ୍ଧୁ ପାତ୍ର, ରାମନାଥ ଚୌଧୁରୀ, ଏମ୍. ପ୍ରହ୍ଲାଦ ପ୍ରମୁଖ ପରିଚାଳନା କରିଥିଲେ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here