ପୋଲସରା ବ୍ଲକରେ ବିଭିନ୍ନ ଗ୍ରାମର ସମସ୍ୟା ବୁଝିଲେ ବିଧାୟକ ଶ୍ରୀକାନ୍ତ ସାହୁ

0
190

ପୋଲସରା : ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ପୋଲସରା ବ୍ଳକର ବିଭିନ୍ନ ଗ୍ରାମକୁ ଜୁଲାଇ ୩ ତାରିଖ ଦିନ ଯାଇ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବ ସହ ଲୋକଙ୍କ ସମସ୍ୟା ବୁଝିଥିଲେ। ଡିମ୍ବିରିଆ ଗ୍ରାମକୁ ଯାଇ ବିଧାୟକ ଶ୍ରୀକାନ୍ତ ସାହୁ ଲୋକଙ୍କ ସମସ୍ୟା ବୁଝିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ସେହିପରି ଭାଟ୍ଟଖାଲ୍ଲି ଗ୍ରାମର ଫାଇଭ ଟି ଉଚ୍ଚ ବିଦ୍ୟାଳୟକୁ ଯାଇ ବିଧାୟକ ଶ୍ରୀ ସାହୁ ପିଲାମାନଙ୍କ ସହ ଶିକ୍ଷାଦାନ ବିଷୟରେ ପଚାରି ବୁଝିବା ସହ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଖପରଖଣ୍ଡା ଗ୍ରାମକୁ ଯାଇ ବିଧାୟକ ଶ୍ରୀକାନ୍ତ ସାହୁ ଲୋକଙ୍କ ସମସ୍ୟା ବୁଝିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ଶେଷରେ ମାଳତିବାଡ଼ି ଗ୍ରାମକୁ ଯାଇ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଲୋକଙ୍କ ସମସ୍ୟା ବୁଝିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ପ୍ରତ୍ୟେକ ଗ୍ରାମରେ ଲୋକମାନେ ବିଧାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା ସହ ପାଛୋଟି ନେଇଥିଲେ।
ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here