ରେଳ ହେଲ୍ପଲାଇନ୍ରେ ହୋଇଥିବା ୩୧୦ ଅଭିଯୋଗର ସମାଧାନ

0
673

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତ କିଛି ଦିନ ହେବ ରେଳଯାତ୍ରା କରୁଥିବା ସମୟରେ କୌଣସି ପ୍ରକାର ସମସ୍ୟାରେ ପଡ଼ିଲେ ୧୮୨କୁ ଫୋନ କରି ସାହାଯ୍ୟ ମାଗିବାକୁ ଆରପିଏଫ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣଙ୍କୁ ଅବଗତ କରାଇବା ସହ ଏହାର ବହୁଳ ପ୍ରଚାର ପାଇଁ ପଦକ୍ଷେପ ନିଆଯାଇଛି । ପୂର୍ବତଟ ରେଳପଥ ପକ୍ଷରୁ ହୋଇଥିବା ପ୍ରେସ ବିଜ୍ଞପ୍ତିର ସୂଚନା ଅନୁସାରେ ରେଳ ହେଲ୍ପଲାଇନ ନମ୍ବର-୧୮୨ରେ ଚଳିତ ବର୍ଷ ୩୧୦ ଅଭିଯୋଗର ସମାଧାନ ହୋଇଛି । ଅଭିଯୋଗ ଆଧାରରେ ୨୩୭ ଜିନିଷପତ୍ର ଓ ମନିପର୍ସ, ୯୬ ମୋବାଇଲ ଫୋନ୍, ୩୧ ଲ୍ୟାପଟପ ଓ ୨୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଯାତ୍ରୀ ଫେରିପାଇଛନ୍ତି ।

LEAVE A REPLY

Please enter your comment!
Please enter your name here