ଗଜପତି ଜିଲ୍ଲା ପୋଲିସ ଉଦ୍ୟମରେ ଆରୋଗ୍ୟ ଫ୍ରି ମେଗା ମେଡିକାଲ କେମ୍ପ

0
671

ଗଜପତି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଜପତି ଜିଲ୍ଲା ପୋଲିସ ଏବଂ ଶ୍ରୀକାକୂଲମର ଜେମ୍ସ ମେଡିକାଲର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ସାମ୍ବାଦିକ ଓ ବରିଷ୍ଠ ନାଗରିକ ନିମନ୍ତେ ଦିନିକିଆ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଆରୋଗ୍ୟ ଫ୍ରି ମେଗା ମେଡିକାଲ କେମ୍ପକୁ ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ରିବନ କାଟି ଉଦଘାଟନ କରିଥିଲେ। ଏହି କେମ୍ପରେ ଶତାଧିକ ବରିଷ୍ଟ ନାଗରିକ ମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଯିବା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ଜେମ୍ସ ମାଇକେଲ ଡାକ୍ତର ତାରକା ରସିକ ଖାନ (କାଡିଓଲଜିଷ୍ଟି), ଡାକ୍ତର ରାଜେଶ୍ଵର ରାଓ(ଇଏନଟି), ଡାକ୍ତର ଦିଲ୍ଲୀପ, ପ୍ରବିଣ କୁମାର ସମେତ ୭ ଜଣ ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି ୩୦୦ ଜଣ ବରିଷ୍ଠ ନାଗରିକଙ୍କୁ ଓ ସାମ୍ବାଦିକମାନଙ୍କୁ ଚିକିତ୍ସା କରିଥିଲେ। ଏହି କେମ୍ପକୁ ପାରଳାଖେମୁଣ୍ଡି ଏସଡିପିଓ ଠାକୁର ପ୍ରସାଦ ପାତ୍ର ଓ ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଓ ବହୁ ପୋଲିସ କର୍ମୀ, ସି-ଟିମ ଓ ଗୃହରକ୍ଷୀ ବାହିନୀ ପରିଚାଳନା କରିଥିଲେ। ଏହିଭଳି ପ୍ରତେକ ୩ ମାସରେ ସ୍ୱାସ୍ଥ୍ୟ ଶିବିର କଲେ ବହୁ ଗରିବ ଲୋକେ ଉପକୃତ ହେବେ ବୋଲି ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି । ଏସପିଙ୍କ ଏଭଳି ସେବା କାର୍ଯ୍ୟ ତାଙ୍କ ସମାଜ ମଙ୍ଗଳ ଯୋଜନା ଯଥା ସି ଟିମ,ଉଡାନ ଭଳି ଲୋକାଭିମୁଖୀ ହୋଇପାରିଛି ।

LEAVE A REPLY

Please enter your comment!
Please enter your name here