ଚିରିକିପଡ଼ା ଶାସନରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

0
207

ପୋଲସରା: ପୋଲସରା ଓଁ ଚାରିଟେବୁଲ ଟ୍ରଷ୍ଟ ଓ ସମରଝୋଳ ଶଙ୍କର ଚକ୍ଷୁ ଚିକିତ୍ସାଳୟ ମିଳିତ ସହଯୋଗରେ ଶୁକ୍ରବାର ଦିନ ଚିରିକିପଡା ଶାସକ ଗ୍ରାମ ହାଇସ୍କୁଲ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଚକ୍ଷୁ ଶିବିରକୁ ଓଁ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଦେବେଶ କୁମାର ସାହୁ , ସିଫାନି ସାହୁ ଓ ସୁଦାମ ଜେନା ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟଙ୍କ ଉପସ୍ଥିତରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ମାଗଣା ଚକ୍ଷୁ ଶିବିର କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଥିଲା । ଏଥିରେ ସମସ୍ତ ପ୍ରକାର ଚକ୍ଷୁର ନିଶୁଳ୍କ ପରୀକ୍ଷା କରାଗଲା । ଚିରିକିପଡାଶାସନ ଓ ଏହାର ଆଖପାଖ ଅଞ୍ଚଳରୁ ମୋଟ ୭୮ ଜଣ ଙ୍କର ଚକ୍ଷୁ ପରୀକ୍ଷା କରଯାଇଥିଲା । ସେଥି ମଧ୍ୟରୁ ୧୦ ଜଣ ଙ୍କର ଗ୍ଳୁକୋମା ଚକ୍ଷୁ ପରୀକ୍ଷା କରାଯିବା ବେଳେ ୧୧ ଜଣଙ୍କର ରେଟିନା ଚେକଅପ୍ ଓ ୧୦ ଜଣଙ୍କୁ ଚଷମା ଦିଆଯାଇଥିଲା । ୨୦ ଜଣଙ୍କ ପରଳ ତଥା ମୋତିଆବିନ୍ଦୁ ଚିହ୍ନଟ କରାଯାଇ ସେମାନଙ୍କୁ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟରେ ମାଗଣା ଅସ୍ତ୍ରୋପଚାର ନିମନ୍ତେ ନିଆଯାଇଥିଲା। ଚକ୍ଷୁ ଚିକିତ୍ସା ଶିବିରକୁ କ୍ୟାମ୍ପ ମ୍ୟାନେଜର ନଳିନୀ କାନ୍ତ ରାଉତ , ଚିଫ ଅପଟୋମେଟ୍ରିଷ୍ଟ ସୁକେଶ ପାଣିଗ୍ରାହୀ , ପାୟଲ ଗୌଡ଼, ସୋନାଲି ସ୍ୱାଇଁ , ଚକ୍ଷୁ ଟେକ୍ନିସିଆନ କଲ୍ୟାଣୀ ବିଷୋୟୀ , ରଘୁନାଥ ପାଢି ସମେତ ଟ୍ରଷ୍ଟର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here