ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଅତିରିକ୍ତ ଉପ ଜିଲ୍ଲାପାଳ

0
175

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଭାରପ୍ରାପ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ। ପ୍ରଶାନ୍ତ କୁମାର ରାଉତଙ୍କ ନବରଙ୍ଗପୁର ସ୍ଥିତ ସରକାରୀ ବାସଭବନ,କାର୍ଯ୍ୟାଳୟ,ଭୁବନେଶ୍ୱର କାନନବିହାର ସ୍ଥିତ ଏକ ଘର,ଭଦ୍ରକ ସ୍ଥିତ ବାସଭବନ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ୯ଟି ଟିମ ଗଢି ଚଢ଼ାଉ ଜାରି ରଖିଛି। ସୂଚନା ଅନୁସାରେ,ଭୁବନେଶ୍ବର ଘରୁ ୬ ପେଟି ଟଙ୍କା ଜବତ ହୋଇଛି। ତାଙ୍କ ଘରୁ ବହୁ ପରିମାଣର ୫୦୦ ଟଙ୍କିଆ ବିଡ଼ା,କେତେକ ସୁନା ବିସ୍କୁଟ,ରୁପା ଓ ନବରଙ୍ଗପୁର ସରକାରୀ ବାସଭବନରୁ ୭୭ ଲକ୍ଷ ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ। ଏପରି ଭାବେ ୩ କୋଟିରୁ ଅଧିକ ଟଙ୍କା ଜବତ କଲାଣି ଭିଜିଲାନ୍ସ। ପ୍ରଶାନ୍ତ ତାଙ୍କ ଘରେ ଥିବା ଟଙ୍କା ପେଟିଗୁଡିକୁ ପଡ଼ୋଶୀଙ୍କ ଘରକୁ ଫୋପାଡ଼ି ଦେଇଥିଲେ । ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଟ୍ରାକ ରେକର୍ଡ କିଛି ଭଲ ନାହିଁ, ସେ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର ବିଡ଼ିଓ ଥିବା ସମୟରେ ୧୧ ଲକ୍ଷ ଟଙ୍କାର ଏକ କାର୍ଯ୍ୟର ପ୍ରଶାସନିକ ଅନୁମତି ଦେବାପାଇଁ ଝିରିପାଣି ପ୍ରଜେକ୍ଟ ଅଫିସରଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ,୨୦୧୨ ମସିହାରେ ଦାନଗଦି ବ୍ଲକରେ ବିଡ଼ିଓ ଥିବା ସମୟରେ ୫୮୪କୁଇଣ୍ଟାଲ ପିଡ଼ିଏସ ଚାଉଳ ହଡପ କରିଥିବା ଭିଜିଲାନ୍ସ ଚାର୍ଜସିଟ ମଧ୍ୟ ଫାଇଲ ହୋଇଥିଲା ।

LEAVE A REPLY

Please enter your comment!
Please enter your name here