ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ଦାୟିତ୍ୱ ଗ୍ରହଣ

0
167

ଛତ୍ରପୁର : ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭାବେ ଗୁରୁବାର ସୁଚିତ୍ରା ପାଣିଗ୍ରାହୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ 2016 ମସିହାରେ ଛତ୍ରପୁର ସ୍ଥିତ ଅନଶ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରି ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସିଥିଲେ । ବର୍ତ୍ତମାନ ସେ ପଦୋନ୍ନତି ପାଇ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଆଜି ସେ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରେ ଯୋଗ ଦେବା ପରେ ବିଦ୍ୟାଳୟର ଶିକ୍ଷକ ବାଉରୀ ବନ୍ଧୁ ପଣ୍ଡା, ଜଗଦୀଶ ଚନ୍ଦ୍ର ପଲାଇ, ବିଦ୍ୟାଧର ଦାଶ, ଦେବସ୍ମିତା ମହାନ୍ତିଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ତାଙ୍କୁ ଫୁଲ ଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here