ମର୍ଦ୍ଦରାଜ କଲ୍ୟାଣ ମଣ୍ଡପ ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ, ୧୨୧ ୟୁନିଟ୍ ରକ୍ତ ସଂଗ୍ରହ

0
272

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଖଲ୍ଲିକୋଟରେ ଥିବା ମର୍ଦ୍ଦରାଜ କଲ୍ୟାଣ ମଣ୍ଡପ ଠାରେ ଆଜି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଯୋଗ ଦେଇଥିବା ବେଳେ ପୂର୍ବତନ ଏନ୍.ଏ.ସି ଅଧ୍ୟକ୍ଷ ରାମ ମୋହନ ପଣ୍ଡା, ଯୁବ ନେତା ଦୈତାରୀ ବେହେରା, ଜିଲା ପରିଷଦ ସଭ୍ୟ ଗଙ୍ଗାଧର ଖୁଣ୍ଟିଆ, ବ୍ଲକ ବିଜେଡି ସଭାପତି ମିତାଞ୍ଜଳି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଖଲ୍ଲିକୋଟ ଅଞ୍ଚଳର ବହୁ ସରପଞ୍ଚ, ସମିତି ସଭ୍ୟ ଏଥିରେ ଅଂଶ ଗ୍ରହଣ କରିଥିଲେ । ଖଲ୍ଲିକୋଟ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ଓ ଅନେକ  ଶିକ୍ଷକ ରକ୍ତ ଦାନ କରିଥିବା ବେଳେ ବହୁ ବ୍ୟକ୍ତି ସ୍ବେଛାକୃତ ଭାବେ ରକ୍ତ ଦାନ କରିଥିଲେ। ଏଥିରେ ମୋଟ ୧୨୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here