ଛଅ ଜଣ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୋଲସରା ବିଧାୟକ।

0
192

ପୋଲସରା ୨୧/୬/୨୩ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୬ ଜଣ ଆକସ୍ମିକ ମୃତ୍ୟୁବରଣ କରିଥିବା ବେଳେ ପ୍ରତ୍ୟେକଙ୍କ ପରିବାର ନିକଟକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯାଇ ସମବେଦନା ଜଣାଇଥିବା ଜଣାପଡ଼ିଛି। ପୋଲସରା ବ୍ଲକର ଚିରିକିପଡ଼ାଶାସନ ଗ୍ରାମର ବସନ୍ତ କୁମାର ସାହୁ (୪୨) ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଜୁନ ୧୮ ତାରିଖ ଦିନ ଯାଇ ପରିବାରକୁ ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ। ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମର ରାଜେନ୍ଦ୍ର ଖଟେଇ (୪୦) ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ବିଧାୟକ ଶ୍ରୀ ସାହୁ ମୃତକଙ୍କ ବାସଭବନକୁ ଜୁନ ୧୮ ତାରିଖ ଦିନ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପୋଲସରା ବ୍ଲକ୍ ଅନ୍ତର୍ଗତ କୁଆନନ୍ଦ ଗ୍ରାମର କାଳୁ ବିଷୋୟୀ (୩୭) ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଜୁନ ୧୮ ତାରିଖ ଦିନ ଯାଇ ପରିବାରକୁ ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ଅବସରରେ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ପୋଲସରା ବ୍ଲକ୍ ଅନ୍ତର୍ଗତ ମନ୍ଦାର ଗ୍ରାମର ବୁଲୁ ସ୍ବାଇଁ (୩୫) ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଜୁନ ୧୯ ତାରିଖ ଦିନ ଯାଇ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପୋଲସରା ଏନ୍.ଏ.ସି ୱାର୍ଡ଼ ନଂ -୧୩, ରତନୀ ସାହିର ବିଜୟ ସାହୁ (୩୦) ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ବିଧାୟକ ଶ୍ରୀ ସାହୁ ମୃତକଙ୍କ ବାସଭବନକୁ ଜୁନ ୧୯ ତାରିଖ ଦିନ ଯାଇ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ପୋଲସରା ବ୍ଲକ୍ ଅନ୍ତର୍ଗତ ମଥୁରା ଗ୍ରାମର ଅର୍ଜୁନ ପାତ୍ର (୩୫) ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଜୁନ ୨୧ ତାରିଖ ଦିନ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବିଧାୟକଙ୍କ ସହ ବହୁ ନେତୃ ବୃନ୍ଦ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here