ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ବି.ଇ.ଓ ଙ୍କୁ ଦାବିପତ୍ର

0
646

ଭଞ୍ଜନଗର : ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ (PSTA) ଭଞ୍ଜନଗର ବ୍ଳକ ତରଫରୁ ପ୍ରାଥମିକ ଶିକ୍ଷକମାନଙ୍କ ନାର୍ଯ୍ୟ ଦାବୀ ଗୁଡିକୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମିତ୍ତ ବି.ଇ.ଓ ଙ୍କ ମାଧ୍ୟମରେ ମେମୋରାଣ୍ଡମ ପ୍ରଦାନ କରାଯାଇଛି ା ପୁରୁଣା ପେନସନ ପ୍ରଦାନ,କେନ୍ଦ୍ରୀୟ ହାରରେ ଦରମା, ବି.ଇ.ଡି କରିଥିବା ଶିକ୍ଷକମାନଙ୍କୁ ଉଚ୍ଚ ବିଦ୍ୟାଳୟଗୁଡିକୁ ପଦୋନ୍ନତି,ଶିକ୍ଷକଙ୍କୁ ସ୍ବାସ୍ଥ୍ୟ ବୀମା ପ୍ରଦାନ ଆଦି କେତେକ ନାର୍ଯ୍ୟ ଦାବୀ ସମ୍ବଳିତ ମେମୋରାଣ୍ଡମ କୁ ବି.ଇ.ଓ ଏସ ଧନଞ୍ଜୟଙ୍କ ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀ,ଗଣ ଶିକ୍ଷା ମନ୍ତ୍ରୀ ତଥା ଗଣ ଶିକ୍ଷା ସଚିବ ଙ୍କ ଉଦ୍ଦେଶ୍ୟରେ ବ୍ଳକ ସଂଘର ସଭାପତି କାଳୀ ଚରଣ ସେଠୀ, ସଂପାଦକ ତ୍ରିନାଥ ବେହେରା,କୋଷାଧ୍ଯକ୍ଷ ମନ୍ ବିନ୍ ଜେନା ଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ତଥା କ୍ଳଷ୍ଟର ସେକ୍ରେଟାରୀମାନେ ଆଜି ଅପରାହ୍ନରେ ପ୍ରଦାନ କରିଛନ୍ତି ା ଆସନ୍ତା 23 ଡିସେମ୍ବରରୁ ରାଜ୍ୟ ସଂଘର ଆହ୍ବାନରେ ଭୁବନେଶ୍ବର ଠାରେ ହେଉଥିବା ସମାବେଶରେ ଯୋଗ ଦେବା ସହ ନାର୍ଯ୍ୟ ଦାବୀ ହାସଲ ପାଇଁ ସଂଘ ତରଫରୁ ଆହ୍ବାନ କରାଯାଇଛି ା ଏହି ଅବସରରେ ରାଜ୍ୟ ସଂଗଠନ ସଂପାଦକ ସୁଦାମ ଦଳବରା,ଜଗଦିଶ ନାୟକ,ଶିବାଶିଷ ବେହେରା,ଅବିନାଶ ପଣ୍ଡା,ସନ୍ତୋଷ କୁମାର ସାହୁ,ଭକ୍ତ ବନ୍ଧୁ ବିଷୋୟୀ,ସୁଶାନ୍ତ ନାୟକ, ହୃଷିକେଶ ପ୍ରଧାନ,ଦିଲ୍ଲିପ କୁମାରଭୂୟାଁ, ଅଶ୍ବିନ ମଲ୍ଲିକ, ମୋହନ ସାହୁ, ଭଞ୍ଜ କିଶୋର ପ୍ରଧାନ,ନିଳାଞ୍ଚଳ ପାଣିଗ୍ରାହୀ,ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ା

ରିପୋର୍ଟ : ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here