ବରିଷ୍ଠ ନାଗରିକ ମଞ୍ଚ ତରଫରୁ ତିନି ଦିନିଆ ରଜ ମହୋତ୍ସବ ଧୂମ୍ ଧାମରେ ପାଳିତ।

0
234

ଛତ୍ରପୁର:ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ତିନି ଦିନିଆ ରଜ ମହୋତ୍ସବ ମହା ଆଡମ୍ବର ତଥା ଧୂମ୍ ଧାମରେ ଆୟୋଜିତ ହୋଇ ଯାଇଛି ।ବିଶେଷ କରି ଗ୍ରାମର କନ୍ୟା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତି ଯୋଗିତା ପରିଚାଳନା କରାଯାଇଥିଲା ।ପୁଚି,ଝୋଟି, ଦଉଡି ଡିଆଁ, କଣ୍ଠ ସଂଗୀତ, କୁଇଜ, ଏକକ ନୃତ୍ୟ ଓ ଦଳଗତ ନୃତ୍ୟ, ମ୍ଯୁଜିକାଲ ଚେୟାର ପ୍ରଭୃତି ଆଠ ଗୋଟି ବିଷୟରେ ପ୍ରତି ଯୋଗିତା ପରିଚାଳନା କରାଯାଇଥିଲା ।ଗତ ତେର ତାରିଖରୁ ଆରମ୍ଭ ହୋଇଥିବା ଏଇ ଉତ୍ସବ ପନ୍ଦର ତାରିଖ ରଜ ସଂକ୍ରାନ୍ତି ଦିନ ଉଦ୍ ଯାପିତ ହୋଇଥିଲା ।ଉଦ୍ ଯାପନ ଉତ୍ସବରେ ମଞ୍ଚର ଆଇନ ପରାମର୍ଶ ଦାତା ତଥା ଛତ୍ରପୁର ର ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ବିତରଣ କରିଥିଲେ ।ନିଜର ଅଭି ଭାଷଣରେ ଆଇନଜୀବୀ ପଟ୍ଟନାୟକ ବରିଷ୍ଠ ନାଗରିକ ମଞ୍ଚର ଏଇ ଭଳି କାର୍ଯ୍ୟକ୍ରମକୁ ଭୁୟଶି ପ୍ରସଂଶା କରିବା ସଙ୍ଗେ ସଙ୍ଗେ ସମଗ୍ର ଗଂଜାମ ଜିଲ୍ଲାରେ ଏତାଦୃଶ କାର୍ଯ୍ୟକ୍ରମ ବିରଳ ବୋଲି କହିଥିଲେ ।ସମ୍ମାନିତ ଅତିଥି ଭାବେ ଛତ୍ରପୁର ପ୍ରେସକ୍ଳବର ସଭାପତି ପ୍ରଶାନ୍ତ କୁମାର ମହାରଣା ଯୋଗଦେଇ ବରିଷ୍ଠ ନାଗରିକ ମାନେ ସମାଜକୁ ଦିଗ୍‌ଦର୍ଶନ ଦେବା ସହ ପ୍ରତିଭା ଅନ୍ୱେଷଣ କରୁଥିବା ଯୋଗୁଁ ଖୁସି ବ୍ଯକ୍ତ କରିଥିଲେ।ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନଙ୍କ ସଭାପତିତ୍ବ ରେ ପରିଚାଳିତ ଏଇ ଉତ୍ସବରେ ବରିଷ୍ଠ ଶିକ୍ଷକ କୋରା ମହାରଣା ଓ ଶ୍ଯାମସୁନ୍ଦରପୁର ବେହେରା ଏବଂ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ସଭାପତି ଅମରେଶ୍ବର ସାହୁ ଯୋଗଦେଇ ଉଦ୍ ବୋଧନ ଦେଇଥିଲେ ।ସଂପାଦକ ବାଉରୀବନ୍ଧୁ ସାହୁ ବିବରଣୀ ପ୍ରଦାନ କରିଥିଲେ ଏବଂ କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଧନ୍ଯବାଦ ଅର୍ପଣ କରିଥିଲେ ।ମଞ୍ଚର ସଂଯୋଜକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ସେବା ନିବୃତ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।ବିଚାରକ ରୂପେ ଅମ୍ରିତା ସାହୁ ,ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ କାର୍ଯ୍ଯ ନିର୍ବାହ କରିଥିଲେ ।ଉପ ସଭାପତି ଦ୍ବୟ ଘନଶ୍ଯାମ ସାହୁ ଓ ଲକ୍ଷ୍ମଣ ପାଣିଗ୍ରାହୀ, ସହ ସଂପାଦକ ସନ୍ତୋଷ କୁମାର ମହାରଣା ,ଅନିଲ କାନ୍ତ ମହାରଣା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here