ରଜ ପର୍ବ ଅଵସର ରେ କବିତା ଆସର

0
170

ଛତ୍ରପୁର:ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ପବିତ୍ର ରଜପର୍ବ ଉପଲକ୍ଷେ ଛତ୍ରପୁର ସୃଜନ ସାହିତ୍ୟ ସଂସଦ ପରିବାର କବିତା ଆସର ତଥା ରଜ ପର୍ବର ମହତ୍ତ୍ୱ ବିଷୟରେ ଏକ ଆଲୋଚନା ଚକ୍ରର ଆୟୋଜନ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆକୁ ଭଲ ପାଉଥିବା ଓଡିଆ ଭାଷାକୁ ଵଞ୍ଚାଇ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଶିଷ୍ଟ ସାହିତ୍ୟିକା ଉଷାରାଣୀ ପଣ୍ଡା, ଯୁବ କବି ତଥା ସୁ ସାହିତ୍ୟିକ ପ୍ରସନ୍ନ ପ୍ରଧାନ, ଦୀପକ ପାଣିଗ୍ରାହୀ ଓ ନୀଳାଞ୍ଚଳ ପଣ୍ଡା ଯୋଗଦାନ କରି ବିଚ୍ଛିନ୍ନାଞ୍ଚଳରେ କିପରି ଓଡ଼ିଆ ସାହିତ୍ୟ, ସଂସ୍କୃତି, ପର୍ବପର୍ବାଣୀ ପାଳନ କରନ୍ତି ତାହା ବର୍ଣ୍ଣନା କରିଥିଲେ l ଏହି କାର୍ଯ୍ୟକ୍ରମରେ ସଭାପତି ପ୍ରଶାନ୍ତ କୁମାର ଶତପଥୀ, ସମ୍ପାଦକ ସୋମନାଥ ସାହୁ, ମୁଖ୍ୟ ଅତିଥି ଆନ୍ଧ୍ର ପ୍ରଦେଶର ଉଷାରାଣୀ ପଣ୍ଡା, ମୁଖ୍ୟ ବକ୍ତା ପ୍ରାକ୍ତନ ବିଧାୟକ ଅଶୋକ କୁମାର ଚୌଧୁରୀ, ବରିଷ୍ଠ ଆଇନଜୀବୀ ତଥା ଉପଦେଷ୍ଟା ଗୋକୁଳ ଚନ୍ଦ୍ର ପଣ୍ଡା, ଶିଶୁ ସାହିତ୍ୟିକ ନିରଞ୍ଜନ ତ୍ରିପାଠୀ, ଶ୍ରୀକାନ୍ତ ମିଶ୍ର, ଶରତ ମହାପାତ୍ର, ଜତିରାଜ ନାୟକ, ଶିକ୍ଷୟିତ୍ରୀ ରୀତା ରଥ, ମାଧବ ମହାପାତ୍ର, ବିନୋଦିନୀ ନାୟକ, ଟଙ୍କଧର ଛାଟୋଇ, ଦୁର୍ଗା ପ୍ରଧାନ, ପ୍ରକାଶ ରାଓ, ନରେନ୍ଦ୍ର ପଣ୍ଡା, ବଳରାମ ପଲେଇ, ରାମାନୁଜ ଦାସ, ଶୈଳବାଳା ପାଣିଗ୍ରାହୀ, ରାମଚନ୍ଦ୍ର ନନ୍ଦ, ଗାୟତ୍ରୀ ମହାନ୍ତି, ସତ୍ୟ ନାରାୟଣ ରଥ ପ୍ରମୁଖ ଯୋଗଦାନ କରିଥିଲେ l
ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଭାଷା ଭାଷୀଙ୍କ ସହ ସୁଖରେ ଦୁଃଖରେ ସବୁବେଳେ ସାମିଲ ହୋଇ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ପାଇଁ ଯାହା ଦରକାର ସୃଜନ ସାହିତ୍ୟ ନିଶ୍ଚିତ ଭାବେ ସହଯୋଗ କରିବାପାଇଁ ସମ୍ମତ ନିଷ୍ପତ୍ତି ନେଇଥିଲେ l

LEAVE A REPLY

Please enter your comment!
Please enter your name here