ଶୋକସନ୍ତପ ଅଧ୍ଯକ୍ଷାଙ୍କ ପରିବାରକୁ ସମବେଦନା ଜ୍ଞାପନ କଲେ ଜିଲ୍ଲାପାଳ ଓ ନଗର ଉନ୍ନୟନ ମନ୍ତ୍ରୀ

0
839

ଗଞ୍ଜାମ:ରକ୍ତହୀନତା ରୋଗରେ ପୀଡିତ ହୋଇ ଗତକାଲି ମୃତ୍ୟୁବରଣ କରିଥିବା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅଧ୍ଯକ୍ଷା ତଥା ସ୍ୱର୍ଗୀୟ ସୁନୀତା କୁମାରୀ ସେଠୀଙ୍କ ପରିବାରକୁ ସୋମବାର ଦିନ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ନଗର ଉନ୍ନୟନ ମନ୍ତ୍ରୀ ଉଷାରାଣୀ ଦେବୀ ଗୋକର୍ଣ୍ଣପୁର ସ୍ଥିତ ବାସଭବନରେ ପହଞ୍ଚି ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜ୍ଞାପନ ଜଣାଇ ଫେରିଛନ୍ତି । ଖବରନୁଯାୟୀ , ପଞ୍ଚାୟତ ନିର୍ବାଚନ ପରଠାରୁ ପଞ୍ଚିଭୂତରେ ଲୀନ ହୋଇଥିବା ଶ୍ରୀମତୀ ସେଠୀ ଥାଲାସେମିଆ ( ରକ୍ତହୀନତା) ଭଳି ରୋଗରେ ଆକ୍ରାନ୍ତ ହୋଇଥିଲେ । ଯାହାଫଳରେ ଅଭିଜ୍ଞ ଡାକ୍ତରଙ୍କ ଔଷଧ ସେବନ କରି ଆସୁଥିଲେ ମଧ୍ୟ ଶେଷରେ ରବିବାର ଅପରାହ୍ନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଜଣେ ଶାନ୍ତ , ମେଳାପି ସ୍ୱଭାବର ମହିଳା ଯିଏକି କମ ବୟସରେ ରାଜନୀତିରେ ପାଦ ଦେଇ ଦିଗପହଣ୍ଡି ବ୍ଳକ ବାସୀଙ୍କ ପାଇଁ ହୃଦୟ ଜିଣି ପାରିଥିଲେ । ତାଙ୍କରି ଏପରି ଅକାଳ ବିୟୋଗରେ ସମଗ୍ର ବ୍ଳକ ତାଙ୍କୁ ଝୁରୁଥିବା ବେଳେ ତାଙ୍କ ମର ଶରୀରକୁ ଗତକାଲି ଏକ ଶୋଭାଯାତ୍ରାରେ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ଅଣାଯାଇଥିଲା । ସେଠାରେ ଦିଗପହଣ୍ଡି ବିଡ଼ିଓ ଚିତ୍ତରଞ୍ଜନ ଦାସ , ପୂର୍ବତନ ବିଡ଼ିଓ ହଳଧର ଶବର ସମେତ ଜିଲ୍ଲା ବିଜେଡି ସଭାପତି ଡ଼ . ରମେଶ ଚନ୍ଦ୍ର ଚ୍ଯାଉ ପଟ୍ଟନାୟକ , ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା , ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ ଶଙ୍କର ସାହୁ , ହିଞ୍ଜିଳି ବ୍ଳକ ଅଧ୍ୟକ୍ଷା ସରସ୍ଵତୀ ସେଠୀ , ରଙ୍ଗେଇଲୁଣ୍ଡା ବ୍ଳକ ଅଧ୍ୟକ୍ଷା ଚିନି . ଉଷାରାଣୀ , ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର , କୁକୁଡାଖଣ୍ଡି ବ୍ଳକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, ଗୁରୁଣ୍ଠି ପୂର୍ବତନ ସରପଞ୍ଚ ମୀନତି ପାତ୍ର ସମେତ ବହୁ ରାଜନେତା ଓ ବ୍ଳକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ଜନ ପ୍ରତିନିଧି ଅନ୍ତିମ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଏହି ଅବସରରେ ଆଜି ଦିଗପହଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ବିଡ଼ିଓଙ୍କ ନେତୃତ୍ୱରେ ବ୍ଳକ ଅଧ୍ଯକ୍ଷାଙ୍କ କାର୍ଯ୍ୟାଳୟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଶୋକସଭା ପାଳିତ ହୋଇଥିଲା । ଏହି ଶୋକସଭା ସମୟରେ ଏବିଡିଓ ପ୍ରଶାନ୍ତ କୁମାର ରଥ , ସହକାରୀ ଯନ୍ତ୍ରୀ ଇଂ. ରାଜୀବ ପ୍ରଧାନ , ଜିପିଓ ଉମେଶ ସେଠୀ , ସମେତ କାର୍ଯ୍ୟରତ ସମସ୍ତ କର୍ମକର୍ତ୍ତା ଏବଂ ବ୍ଳକ ବିଜେଡି ସଭାପତି ବିଭୂତି ଭୂଷଣ ମହାପାତ୍ର , ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ , ପ୍ରତିନିଧି ନକୁଳ ପ୍ରଧାନ , ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣା ରାଓ ସୁବୁଦ୍ଧି , ପ୍ରଶାନ୍ତ କୁମାର ପ୍ରଧାନ , ସରପଞ୍ଚ ବିଜୟ ପ୍ରଧାନ , ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ , ସମିତି ସଭ୍ୟ ତ୍ରିପତୀ ପ୍ରଧାନ , ସମବାୟ ସଭାପତି ରାମେଶ୍ବର ପାଣିଗ୍ରାହୀ ପ୍ରମୁଖ ସହ ଅନେକ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ । ଏଥିସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଞ୍ଜଳି ସ୍ବାଇଁ ମଧ୍ୟ ପରିବାରକୁ ଭେଟି ସମବେଦନା ଜଣାଇଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here