କାଳବୈଶାଖୀର ତାଣ୍ଡବରେ ଚିଙ୍ଗୁଡ଼ିଖୋଲ୍ ମଙ୍ଗଳପୁର ରାସ୍ତାରେ ଭାଗିଂ ପଡିଲା ଅନେକ ଗଛ, ଯାତାୟତ ବାଧାପ୍ରାପ୍ତ

0
222

କୋଦଳା :ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲାର ବିଭନ୍ନ ସ୍ଥାନରେ କାଳବୈଶାଖୀ ର ପ୍ରଭାବ ଦେଖିବାକୁ ମିଳିଛି। କାଳବୈଶାଖୀ ର ପ୍ରଭାବରେ ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ବେଗୁନିଆପଡ଼ା ଅଞ୍ଚଳରେ ଖୁବ୍ ଜୋର୍ ରେ ପବନ ଓ ବର୍ଷା ହୋଇଥିବା ବେଳେ ବେଗୁନିଆପଡ଼ା ଠାରୁ ମଙ୍ଗଳପୁର ମୁଖ୍ୟ ରାସ୍ତାରେ ଚିଙ୍ଗୁଡିଖୋଲ ଓ ମଙ୍ଗଳପୁର ମଝିରେ ୧୫ ରୁ ଉର୍ଦ୍ଧ୍ବ ଗଛ ରାସ୍ତା ଉପରେ ପଡି ରହିଛି। ଫଳରେ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଗଛ ତଳେ ନଇଁ ନଇଁ ଲୋକେ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି। ଉକ୍ତ ରାସ୍ତାରେ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ସୂଚନା ମିଳିଛି। ଖାଲି ସେତିକି ନୁହେଁ, ଉକ୍ତ ଅଞ୍ଚଳରେ ବିଦ୍ଯୁତ ପୋଲ ଓ ତାର ଛିଡି ଯାଇଥିବା ମଧ୍ୟ ସୂଚନା ମିଳିଛି। ଯାତ୍ରୀମାନେ ନିଜେ ପଡ଼ିଥିବା ଗଛ ତଳେ ଗାଳି ଆଉ ଆଡେଇ ଯାଉଥିବାର ଦେଖିବାକୁ ମିଳିଥିଲା । ଆଜି ମଧ୍ୟାହ୍ନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଂଗକୁ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଅପରାହ୍ନ ୩ ଘଣ୍ଟା ସମୟରେ ହଠାତ ବର୍ଷା ପବନ ମାଡି ଆସିଥିଲା। ଖୁବ୍ ଜୋର୍ ରେ ପବନ ବହିବା ଫଳରେ ରାସ୍ତା ଉପରେ ଗଛ ଗୁଡିକ ପଡି ଯାଇଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here