ପରିବେଶ ବିତ ପ୍ରଫେସର ରାଧାମୋହନଙ୍କ ସ୍ମୃତିରେ ଯଶୋଦା ଫାଉଣ୍ଡେସନ ପକ୍ଷରୁ ବିହନ ବଣ୍ଟନ କାର୍ଯ୍ୟକ୍ରମ

0
198

ଛତ୍ରପୁର:ଛତ୍ରପୁର ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ ପକ୍ଷରୁ ପରିବେଶବିତ ପ୍ରଫେସର ରାଧାମୋହନଙ୍କ ସ୍ମୃତିରେ ପନିପରିବା ଵୀହନ ବଣ୍ଟନ କାର୍ଯ୍ୟକ୍ରମ ଟ୍ରଷ୍ଟି ସାଗରୀକା ପଣ୍ଡାଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି, ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚମାଖଣ୍ଡି, ସୁନ୍ଦରପୁର, ବିପୁଳୀଙ୍ଗୀ, ଭିକାରୀପଲ୍ଲୀ ଓ ଚିକଲଖଣ୍ଡି ପଂଚାୟତ ର ବିଭିନ୍ନ ଗ୍ରାମ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି,210 ରୁ ଉର୍ଧ୍ଵ ପରିବାର ଙ୍କୁ କଲରା, ଭେଣ୍ଡି, ଜହ୍ନି ଅଲଡୀ, ଲାଉ, ବୋଇତାଳୁ ଏବଂ ଖୋସାଡା ମଞ୍ଜି ସମେତ ବିଭିନ୍ନ ପ୍ରକାର ପନିପରିବା ବିହନ ବଣ୍ଟନ କରାଯାଇଛି, ଏହି ବଣ୍ଟନ କାର୍ଯ୍ୟକ୍ରମ ରେ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଓ ଅଧ୍ୟାପକ ଭି.ରାଜେନ୍ଦ୍ର ରାଜୁ ଯୋଗଦେଇଥିଲେ, ସମସ୍ତ କାର୍ଯ୍ୟକ୍ରମ କୁ ଯଶୋଦା ଫାଉଣ୍ଡେସନ ର ଟ୍ରଷ୍ଟି ସାଗରୀକା ପଣ୍ଡା, ସୁଦେଷ୍ଟା ଓ ପୁଷ୍ପାଞ୍ଜଳି ସାହୁ ପରିଚାଳନା ରେ ସହଯୋଗ କରିଥିଲେ

LEAVE A REPLY

Please enter your comment!
Please enter your name here