ଭଂଜନଗର ଅମଲା ସଙ୍ଘ କର୍ମୀ ମାନେ ଲଢ଼ିବାକୁ ତୟାର

0
248

ଭଂଜନଗର : ସ୍ଥାନୀୟ ଘୁମୁସର ବନବିଭାଗ କାର୍ଯ୍ୟାଳୟ ପରିସର ଠାରେ ଭଂଜନଗର ଅମଲା ସଙ୍ଘ ଶାଖାର ଅନ୍ତିମ କ୍ରାନ୍ତି ଅଭିଯାନ ବୈଠକ ଆହୁତ ହୋଇ ଆଗାମୀ ୨୭ ତାରିଖରେ ହେବାକୁ ଥିବା ରାଜ୍ୟ ଅମଲା ସଙ୍ଘ ସମାବେଶକୁ ସମ୍ପୂର୍ଣ୍ଣ ସଫଳ କରିବା ନିମନ୍ତେ ଅମଲା ମାନେ ଦୃଢ଼ ଶପଥ ନେଇଛନ୍ତି ।ଏହି ବୈଠକକୁ ବନ ବିଭାଗର ମୁଖ୍ୟ ଅମଲା ତଥା ଆଞ୍ଚଳିକ ସମ୍ପାଦକ ଅଶୋକ ସାହୁ ଆବାହନ କରିଥିଲାବେଳେ ମୁଖ୍ୟ ପରାମର୍ଶ ଦାତା ଶୁଳପାଣି ଶତପଥୀ ଅଧ୍ୟକ୍ଷତା କରି କ୍ରାନ୍ତିକାରୀ ଉଦବୋଧନ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷା ବିଭାଗର କମଳ ଲୋଚନ ଦୋରା,ରାଜସ୍ୱ ବିଭାଗର ଭଗବାନ ସାହୁ, କୃଷି ବିଭାଗର କାର୍ତ୍ତିକେଶ୍ୱର ବେହେରା,ଶିଶୁ କଲ୍ୟାଣ ବିଭାଗର ମନୋଜ ବେହେରା ପ୍ରମୁଖ ଆଲୋଚନାରେ ଭାଗ ନେଇ ଆନ୍ଦୋଳନକୁ ତ୍ବରାନ୍ବିତ କରିବା ପାଇଁ ଡାକରା ଦେଇଥିଲେ। ଏଥିପାଇଁ ଭଂଜନଗର ଛାମୁଆ ଦଳ ସମ୍ପୁର୍ଣ୍ଣ ପ୍ରସ୍ତୁତ ବୋଲି ସୂଚନା ଦେଇଥିଲେ। ସମାନ କାମ ଓ ସମାନ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ସର୍ବନିମ୍ନ ଗ୍ରେଡପେ ୪୨୦୦ଦାବି ନେଇ ରାଜ୍ୟ ସରକାରଙ୍କ ପାଖରେ ଆଗାମୀ ୨୭ ତାରିଖରେ ଭୁବନେଶ୍ୱର ଠାରେ ଗଣ ଧାରଣା ଦିଆଯିବ ବୋଲି ଏହି ଭବ୍ୟ ଅଭିଯାନ ଅନ୍ତିମ ସୋପାନରେ ପହଞ୍ଚିଛି ବୋଲି ସୂଚନା ହସ୍ତଗତ ହୋଇଛି ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here