ଜୁପିଟର ଏଜୁକେସନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମ

0
169

ଛତ୍ରପୁର: ଚଳିତ ବର୍ଷ ଯୁକ୍ତ ଦୁଇ ରେ ଛତ୍ରପୁର ଟପ୍ପର ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ଥାନୀୟ ଜୁପିଟର ଏଜୁକେସନ ପରିସରରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜୁପିଟର ଏଜୁକେସନ୍ ରେ ଚଳିତ ବର୍ଷ କାର୍ମେଲ ସ୍କୁଲର ରାଜ କୁମାର ପାଢୀ ୯୧ ପ୍ରତିଶତ ମାର୍କ ରଖି କୃତିତ୍ୱ ହାସଲ କରିଥିବା ବେଳେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ରେଭା ସାହୁ ୮୮ ପ୍ରତିଶତ, ଧିରେଶ କୁମାର ନାୟକ ୯୦ ପ୍ରତିଶତ ଓ ପ୍ରାଚୀ ପଣ୍ଡା ୮୪ ପ୍ରତିଶତ ରଖି ଟପ୍ପର ହୋଇଛନ୍ତି । ଏହି ଅବସରରେ ରବିବାର ସ୍ଥାନୀୟ ଜୁପିଟର ଏଜୁକେସନ ପରିସରରେ ଏକ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରା, ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡା, ଜୁପିଟର ଏଜୁକେସନ୍ ର ମୁଖ୍ୟ ସୁଧିର କୁମାର ସାହୁ, ଜୁପିଟର ଏଜୁକେସନ ର ଅଧ୍ୟାପକ ମାନସ ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଅନ୍ୟପଟେ ନିଜ ଅଭିଭାବକ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଯୋଗୁଁ ଏଭଳି କୃତିତ୍ୱ ହାସଲ କରିଥିବା କହିଛନ୍ତି ଛାତ୍ରଛାତ୍ରୀ ମାନେ ।

LEAVE A REPLY

Please enter your comment!
Please enter your name here