ଭଞ୍ଜନଗର ବ୍ଲକ କଂଗ୍ରେସ ପକ୍ଷରୁ ବାରୁଡା ଅଗ୍ନି ବିପନ୍ନ ଙ୍କୁ ସହାୟତା

0
400

ଭଞ୍ଜନଗର (ନିଲୁ ବିଷୋୟୀ ) ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାରୁଡା ଗ୍ରାମର ତଳ ସାହିରେ ମଙ୍ଗଳବାର ମଧ୍ୟାହ୍ନ ରେ ଅଗ୍ନିକାଣ୍ଡ ଘଟି ସର୍ବସାନ୍ତ ହୋଇଥିବା ୮ ପରିବାର କୁ ଭଞ୍ଜନଗର କଂଗ୍ରେସ ଯୁବ ନେତା ପ୍ରଶାନ୍ତ କୁମାର ବିଷୋୟୀ ଙ୍କ ନିର୍ଦେଶ କ୍ରମେ ବ୍ଲକ କଂଗ୍ରେସ ପକ୍ଷରୁ ଆଜି ସହାୟତା ଯୋଗାଇ ଦିଆଯାଇଛି। ବ୍ଲକ କଂଗ୍ରେସ ସଭାପତି କୃଷ୍ଣ ଚନ୍ଦ୍ର ବିଷୋୟୀ ଙ୍କ ନେତୃତ୍ୱରେ ଅଗ୍ନି ବିପନ୍ନ ପରିବାର ମାନଙ୍କୁ ଶୁଖିଲା ଖାଦ୍ୟ ଚାଉଳ,ଚୂଡ଼ା, ଅମୂଲ୍,ଚିନି,ବ୍ରେଡ଼,ବିସ୍କୁଟ,ଆଳୁ ,ପିଆଜ ଓ ସାନିଟାଇଜର ବଣ୍ଟନ କରାଯାଇଛି। ସଭାପତି କୃଷ୍ଣ ଚନ୍ଦ୍ର ବିଷୋୟୀ ଙ୍କ ସହ ଜବାହରଲାଲ ସାହୁ, ମଣ୍ଟୁ ପ୍ରଧାନ, ସୌମ୍ୟ ରଞ୍ଜନ ବେହେରା,ବିନାୟକ ପ୍ରାଣିଗ୍ରାହୀଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ଥିଲେ। ପ୍ରକାଶ ଯେ ମଙ୍ଗଳବାର ବାରୁଡା ଗ୍ରାମ ତଳସାହୀ ଅଗ୍ନିକାଣ୍ଡ ଘଟି ଗ୍ରାମର ୮ ପରିବାର ଘର ଓ ଗୁହାଳ ଘର ପୋଡି ପାଉଁଶ ହୋଇଥିଲା। ଗ୍ରାମର ଝୁନୁ ପ୍ରଧାନ, ନବୀନ ସାହୁ,ବାବୁଲି ବିଷୋୟୀ, ଖଦାଳ ବେହେରା,ଲଷ୍ମଣ ବେହେରା,ରାମ ବେହେରା,କୃଷ୍ଣ ବେହେରା,ଝରଣା ସାହୁ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହେବା ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here