ଦିଗପହଣ୍ଡି ହରିପ୍ରିୟା ଆଶ୍ରମ ତରଫରୁ ସାମ୍ବାଦିକ ସମ୍ବର୍ଦ୍ଧନା ସଭାକାର୍ଯ୍ୟ ଅନୁଷ୍ଠିତ

0
294

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ଶ୍ରୀ ମାଁ ହରିପ୍ରିୟା ଆଶ୍ରମ ତରଫରୁ ରବିବାର ଦିନ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ସମେତ ସାନଖେମୁଣ୍ଡି ଅଞ୍ଚଳରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ତଥା ସାମ୍ବାଦିକଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଘୋଡାହାଡ ଜଳସେଚନ ପ୍ରକଳ୍ପ କାର୍ଯ୍ଯାଳୟ ପରିସରରେ ହରିପ୍ରିୟା ଆଶ୍ରମ ମୂଖ୍ୟ ସନ୍ଥଶ୍ରୀ ଦେବଦତ୍ତ ମହାରାଜଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ଦିଗପହଣ୍ଡି ପ୍ରେସ୍ କ୍ଳବ୍ ସଂପାଦକ ଗୋପାଳ କୃଷ୍ଣ ମଲ୍ଲିକ ସଂଯୋଜନା କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ଡେପୁଟି କମିଶନର ଓ ପୂର୍ବତନ ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ବାଇଁ ଏବଂ ସ୍ଥାନୀୟ ବ୍ଳକ ଉନ୍ନୟନ ଅଧିକାରୀ ଡ . ଚିତ୍ତରଞ୍ଜନ ଦାସ ପ୍ରମୁଖ ମୂଖ୍ଯ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଖେମୁଣ୍ଡି ଓକିଲ ସଂଘର ସମ୍ପାଦକ କୁରେଶୁ ପଣ୍ଡା ମୂଖ୍ଯବକ୍ତା , ଆଇନଜୀବି ତଥା ବରିଷ୍ଠ ସାମ୍ବାଦିକ ହରପ୍ରସାଦ ରଥ , ଦିଗପହଣ୍ଡି ପ୍ରେସ୍ କ୍ଳବ୍ ସଭାପତି ଅଶେଷ ନାଥ ମିଶ୍ର ଏବଂ ବରିଷ୍ଠ ସାମ୍ବାଦିକ ନୀଳମାଧବ ପରମଗୁରୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଦୀପ ପ୍ରଜ୍ବଳନ କରିବା ସହ ବାହାନଗା ଠାରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଶ୍ରଦ୍ଧାଞ୍ଜଳୀ ଉଦ୍ଦେଶ୍ୟରେ ଦୁଇ ମିନିଟ ଶୋକସଭା ପାଳିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ହରିପ୍ରିୟା ଆଶ୍ରମ ମୂଖ୍ୟ ସନ୍ଥ ଦେବଦତ୍ତ ମହାରାଜ ସମାଜରେ ରହୁଥିବା ଲୋକମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗତ ଫେବୃଆରୀ ଠାରୁ ନିଃସ୍ୱାର୍ଥପର ସମାଜସେବା ଯୋଗାଇ ଆସୁଥିବା ସହ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଦିଗପହଣ୍ଡି ଓ କୁକୁଡାଖଣ୍ଡି ବ୍ଳକର ସମସ୍ତ ପଞ୍ଚାୟତ ପରିଭ୍ରମଣ କରି ବନ୍ଧୁ ଦର୍ଶନ କାର୍ଯ୍ୟକ୍ରମ ଏବଂ ସମାଜ କଲ୍ଯାଣ ନିମନ୍ତେ ଉଲ୍ଲେଖନୀୟ ଅବଦାନ ରଖୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା ଭଳି ବିଭିନ୍ନ ବିରଳ କାର୍ଯ୍ଯାବଳୀକୁ ଅତିଥି ବୃନ୍ଦ ପ୍ରଶଂସା କରିଥିଲେ । ଏହାପରେ ଉପସ୍ଥିତ ଥିବା ଦିଗପହଣ୍ଡିି , ସାନଖେମୁଣ୍ଡି ଓ କୁକୁଡାଖଣ୍ଡି ବ୍ଲକର କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କୁ ସନ୍ଥଶ୍ରୀ ଦେବଦତ୍ତ ମହାରାଜ ଏବଂ ଅତିଥି ମାନଙ୍କ ଦ୍ଵାରା ପୁଷ୍ପଗୁଚ୍ଛ , ଉପଢୌକନ, ମାନପତ୍ର ଓ ମହାପ୍ରସାଦ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ସାମ୍ବାଦିକ ରବିନ୍ଦ୍ର ଡାକୁଆ , ସଞ୍ଜୀବ କୁମାର ପାତ୍ର , ଶିବ ପ୍ରସାଦ ରଥ , କୁରେଶୁ ମହାରଣା , କିରଣ କୁମାର ବେହେରା , ଶଙ୍କର ସ୍ବାଇଁ , ଦିଗାମ୍ବର ମହାରଣା, ବିରୋତ୍ତମ ସାହୁ , ବିନାୟକ ଦାଶ , ବିଜୟ କୁମାର ପ୍ରଧାନ, ପଦ୍ମଲୋଚନ ପାଣିଗ୍ରାହୀ , ନାରାୟଣ ସେଠୀ , ସନ୍ତୋଷ କୁମାର ଦାଶ , ଅମୀର ଦଳାଇ , ହିମାଂଶୁ ଶେଖର ପାଢୀ, ମନୋଜ କୁମାର ପାତ୍ର , ପ୍ରଫୁଲ୍ଲ ସାବତ , ନାଗେଶୁ ରେଡ୍ଡୀ ସମେତ ବହୁ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସେହିପରି ସମାଜସେବୀ ଗୋପାଳକୃଷ୍ଣ ମେକାପ , ସଞ୍ଜୟ ପାଣିଗ୍ରାହୀ , ଅରୂପ ଚୌଧୁରୀ ସମେତ ଆଶ୍ରମ କର୍ମକର୍ତ୍ତା ଜଗନ୍ନାଥ ସାହୁ , ଅମିତ ପାଣିଗ୍ରାହୀ , ସୁଜିତ କୁମାର ସାହୁ , ପ୍ରଶାନ୍ତ କୁମାର ପ୍ରଧାନ , ପ୍ରତାପ ଚନ୍ଦ୍ର ଗୈାଡ , ବିଜୟ ସାହୁ ଓ ପ୍ରଭାତ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here