ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନୀତାଙ୍କ ପରଲୋକ

0
761

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅଧ୍ଯକ୍ଷା ସୁନୀତା କୁମାରୀ ସେଠୀଙ୍କ ରବିବାର ଅପରାହ୍ନରେ ପରଲୋକ ହୋଇଥିବା ଜଣାପଡିଛି । ଖବରନୁଯାୟୀ , ପଞ୍ଚାୟତ ନିର୍ବାଚନରେ ସେ ଗୋକର୍ଣ୍ଣପୁର ପଞ୍ଚାୟତ ତରଫରୁ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ନିର୍ବାଚନ ଲଢ଼ି ବିପୁଳ ଭୋଟରେ ବିଜୟୀ ହେବାପରେ ବ୍ଳକ ଅଧ୍ୟକ୍ଷା ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏହି ସମୟରେ ସେ ଥାଲାସେମିଆ ( ରକ୍ତହୀନତା) ଭଳି ରୋଗରେ ପୀଡିତ ହୋଇ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରି ଆସୁଥିଲେ । ତେବେ ଗତକାଲି ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥିତ ଏକ ଘରୋଇ କ୍ଳିନିକରେ ଚିକିତ୍ସା ହେବାପରେ ସୁସ୍ଥତା ଅନୁଭବ କରିବାରୁ ଘରକୁ ଫେରି ଆସିଥିଲେ । କିନ୍ତୁ ରବିବାର ଅପରାହ୍ନରେ ପୁଣି ଗୁରୁତର ହେବାରୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ସ୍ବାମୀ କୃଷ୍ଣଚନ୍ଦ୍ର ସେଠୀ ଭର୍ତ୍ତି କରାଇଥିଲେ । ତେବେ ସେଠାରେ ଉପସ୍ଥିତ ଡାକ୍ତର ଅଧ୍ଯକ୍ଷାଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଦୁଃଖଦ ଖବର ପ୍ରଚାରିତ ହେବା ପରେ ଦିଗପହଣ୍ଡି ବ୍ଳକ ଅଞ୍ଚଳରେ ଶୋକର ବାତାବରଣ ଖେଳି ଯାଇଥିଲା । ଖବର ପରିବେଷଣ ଶେଷ ସୁଦ୍ଧା ବିଡ଼ିଓ ଚିତ୍ତରଞ୍ଜନ ଦାସ , ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ , ପୂର୍ବତନ ସରପଞ୍ଚ ସଂଘ ସଭାପତି କେ. ହରିବନ୍ଧୁ ରେଡ୍ଡୀ , ପୂର୍ବତନ ବ୍ଳକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ , ପୂର୍ବତନ ନଗର ବିଜେଡି ସଭାପତି ପ୍ରମୋଦ ପାଣିଗ୍ରାହୀ , ପୂର୍ବତନ ଗୋକର୍ଣ୍ଣପୁର ସରପଞ୍ଚ ଅସିତ ସାହୁ , ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା , ବିଧାୟକ ପ୍ରତିନିଧି ବିଭୂତି ଭୂଷଣ ମହାପାତ୍ର , ସୀମା ପାତ୍ର , ଜିଲ୍ଲା ପରିଷଦ ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ , ଉପାଧ୍ୟକ୍ଷା ପ୍ରତିନିଧି ନକୁଳ ପ୍ରଧାନ , ସରପଞ୍ଚ ମନୋରଞ୍ଜନ ଗୈାଡ , ରଞ୍ଜନ ସାହୁ , ପୂର୍ବତନ ନଗରପାଳ ଭି . ରବିନାରାୟଣ ରାଜୁ , ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ , ସରପଞ୍ଚ ପ୍ରତିନିଧି ଦେବହରି ଗୌଡ଼ , ରବିଚନ୍ଦ୍ର ଗୈାଡ ସମେତ ବହୁ ସରପଞ୍ଚ , ସମିତି ସଭ୍ୟ ସମେତ ବହୁ ଜନ ପ୍ରତିନିଧି ଉପସ୍ଥିତ ରହି ସ୍ବର୍ଗତ ଅଧ୍ଯକ୍ଷାଙ୍କ ଶେଷ ଦର୍ଶନ କରି ଶୋକସନ୍ତପ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ଶୋକାକୁଳ ପରିବେଶ ମଧ୍ୟରେ ସମ୍ପୂର୍ଣ୍ଣ ଗୋକର୍ଣ୍ଣପୁର ଗ୍ରାମ କ୍ରନ୍ଦନରେ ଫାଟି ପଡୁଥିବା ବେଳେ ସ୍ବାମୀ ଓ ୬ ବର୍ଷର ଝିଅ ମାଆକୁ ଝୁରି ବାହୁଙ୍ଗୀ ବାହୁଙ୍ଗୀ କାନ୍ଦୁଥିବା ଜଣାପଡିଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here