ଘୁମୁସର ସ୍ୱର ତରଫରୁ ଦଣ୍ଡପାଣି ମହାପାତ୍ରଙ୍କୁ ସମ୍ବର୍ଦ୍ଧନା

0
178

ଗଞ୍ଜମ:ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ଘୁମୁସର ସ୍ୱର ତରଫରୁ ସମ୍ବର୍ଦ୍ଧନା ସଭା ଓ ପୂର୍ଣ୍ଣିମା ସାହିତ୍ୟ ଆସର ଶରଣ ଶ୍ରୀକ୍ଷେତ୍ର ମାରଦା ଠାରେ ଅନୁଷ୍ଠିତ ହୋଇଯାଇଛି । ଡକ୍ଟର ବି ପ୍ରକାଶ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ସହ ଆଠଗଡ଼ ଓ ଘୁମୁସର ଅଞ୍ଚଳର ଅନେକ କବି ଓ ଲେଖକ ବିଷୟରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀରେ ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କୁ ମାନପତ୍ର ଓ ଉପଡ଼ୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଦଣ୍ଡପାଣି ମହାପାତ୍ର, ମୁଖ୍ୟବକ୍ତା ଅନନ୍ତ କର, ସମ୍ମାନିତ ଅତିଥି ପ୍ରଶାନ୍ତ ନନ୍ଦ, ଅବାହକ ଖାଲି ପରିଡ଼ା ମଞ୍ଚାସୀନ ଥିବା ବେଳେ ରାଇରଞ୍ଜନ ନନ୍ଦ କବିତା ଗୁଡ଼ିକ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚରଣ ଜେନା, ତ୍ରିନାଥ ପ୍ରଧାନ, ରଞ୍ଜନ ମିଶ୍ର, ମମତା ସୁଆର, ପ୍ରଜ୍ଞା ପ୍ରସାଦ ତଥାଗତ, ନୀଳାଚଳ ପାତ୍ର,କୁନା ସେଠି, ଜି ରଜେଶ୍ୱର ପାତ୍ର, ଶ୍ରୀନିବାସ ପଣ୍ଡା, ତ୍ରିନାଥ ବେହେରା, କାମରାଜୁ,ସନ୍ତୋଷ ପାଢ଼ୀ ଉପସ୍ଥିତ ଥିଲେ । ଏହି ଅବସରରେ ପବିତ୍ରା , ଅଙ୍କିତା, ପବନ୍ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।

LEAVE A REPLY

Please enter your comment!
Please enter your name here