କଣ୍ଠଶିଳ୍ପୀଙ୍କ ଗୀତରେ ଝୁମିଲା ପାଟପୁର ଗାନ୍ଧୀ ଛକ

0
239

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗାନ୍ଧୀ ଛକ ଠାରେ ଗତକାଲି ନ୍ଯୁ ପ୍ରେମ୍ କ୍ଳବ୍ ସାମ୍ବାଦିକ ସଂଘ ତରଫରୁ ଆୟୋଜିତ ସାଂସ୍କୃତିକ ତଥା ମେଲୋଡି କାର୍ଯ୍ୟକ୍ରମରେ ଓଲିଉଡ ଜଗତର କଣ୍ଠଶିଳ୍ପୀଙ୍କ ଗୀତରେ ଝୁମିଲା ସମଗ୍ର ପାଟପୁର ଗ୍ରାମ । ଏହି ଅବସରରେ ପ୍ରଥମେ ମଞ୍ଚରେ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଉପାଧ୍ୟକ୍ଷ ପ୍ରତିନିଧି କେ .କୁନା , ସାନଖେମୁଣ୍ଡି ବ୍ଲକ ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀଚରଣ ପାତ୍ର , ସ୍ଥାନୀୟ ସରପଞ୍ଚ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ବରାଡ , ପିସିସି ସଭ୍ୟ ଅରବିନ୍ଦ ନାୟକ , ପ୍ରଶାନ୍ତ କୁମାର ବିଷୋୟୀ , ହରି ରଥ , ଏ .ବାବୁଲା ଦୋରା , ସୁଶାନ୍ତ ସ୍ୱାଇଁ , ନିରାକାର ପ୍ରଧାନ , ପ୍ରଭାକର ତ୍ରିପାଠୀ , ମିଟୁ ଜେନା ଏବଂ ଦିଗପହଣ୍ଡି ଏନ୍ ଏସି କାଉନସିଲର ଦୀପକ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରି ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ସାନଖେମୁଣ୍ଡି ସାମ୍ବାଦିକ ସଂଘ ପକ୍ଷରୁ ମଞ୍ଚାସୀନ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ବାଲେଶ୍ଵର ଜିଲ୍ଲାର ବାହାନଗାରେ ଗତ ଶୁକ୍ରବାର ରାତିରେ ହୋଇଥିବା ଭୟାବହ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳୀ ଉଦ୍ଦେଶ୍ୟରେ ଦୁଇ ମିନିଟ ଶୋକସଭା ପାଳିତ ହେବା ସହ ଆହତଙ୍କ ଆରୋଗ୍ୟ କାମନା ନିମନ୍ତେ ଭଗବାନ ନିକଟରେ ପ୍ରାର୍ଥନା କରାଯାଇଥିଲା । ଏହାପରେ ମେଲୋଡି କାର୍ଯ୍ୟକ୍ରମରେ ଆକର୍ଷଣ ପାଲଟିଥିବା ଓଲିଉଡ ଜଗତର ସୁନାମଧନ୍ୟ ଗାୟକ ତାରିକ ଅଜିଜ୍ , ଗାୟିକା ଅର୍ପିତା ଚୌଧୁରୀ , ଲିପ୍ସା ମହାପାତ୍ରଙ୍କ ବଛାବଛା ସୁନ୍ଦର ଫିଲ୍ମ ଓ ଆଲବମ ଗୀତରେ ରୁଣ୍ଡ ହୋଇଥିବା ଦର୍ଶକ ଖୁବ୍ ଉପଭୋଗ କରିବା ସହ ଗୀତର ତାଳେତାଳେ ନାଚି ଉଠିଥିଲେ । ଏଥିସହ ହାସ୍ୟ କମେଡି କିଙ୍ଗ ତଥା ଅଭିନେତା ପ୍ରଜ୍ଞାଙ୍କ କୌତୁକିଆ କଥାରେ ହସି ଉଠୁଥିଲେ ଦର୍ଶକ । ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ଅଞ୍ଚଳର ସମସ୍ତ ଜନ ପ୍ରତିନିଧି ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକ ସଂଘ ସଭାପତି ପଦ୍ମଲୋଚନ ପାଣିଗ୍ରାହୀ , ସଂପାଦକ ସନ୍ତୋଷ କୁମାର ଦାସ , ସାମ୍ବାଦିକ ଶିବରାମ ସ୍ବାଇଁ , କିରଣ କୁମାର ବେହେରା , ରଘୁନାଥ ନାୟକ , ଅଜୟ ସ୍ବାଇଁ , ପ୍ରଫୁଲ୍ଲ ସାବତ , ଆରତ ହୋତା , ଆଇନ ପରାମର୍ଶଦାତା ପ୍ରଶାନ୍ତ ଡାକୁଆ ସମେତ ବହୁ ଯୁବଗୋଷ୍ଠୀ ସହଯୋଗ ପ୍ରଦାନ କରିଥିଲେ ।
ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here