ଛତ୍ରପୁର ଏନଏସି ର ସ୍ଲମ ବାସିନ୍ଦାଙ୍କ ସହ ଆଲୋଚନା କଲେ ଜାଗା ମିଶନ୍ ରାଜ୍ୟ ଉପଦେଷ୍ଟା

0
178

ଛତ୍ରପୁର : ଜାଗା ମିଶନ୍ ରାଜ୍ୟ ଉପଦେଷ୍ଟା ସାସ୍ୱତୀ ମିଶ୍ର,ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା,ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ ଓ କାନସିଲର ମାମା ସେଠୀ ଛତ୍ରପୁର ଏନଏସିର ଷ୍ଟେସନ ରୋଡ୍ ସ୍ଥିତ ବସ୍ତି ଅଂଚଳକୁ ପରିଦର୍ଶନ କରିଛନ୍ତି । ଜାଗା ମିଶନରେ ସହର ବାସିନ୍ଦାଙ୍କ ପାଇଁ ଭୂମି ପ୍ରମାଣପତ୍ର ଓ ଆଦର୍ଶ ବସତି ବିଶ୍ୱର ସର୍ବ ବୃହତ୍ ଯୋଜନା ଦ୍ୱାରା ପୂର୍ବରୁ ଛତ୍ରପୁର ଏନଏସିର ୭୮ ଜଣ ହିତାଧିକାରୀ ଉପକୃତ ହୋଇଥିଲେ । ସ୍ଥାନୀୟ ଷ୍ଟେସନ ସ୍ଥିତ ପରିଚୟ ଗୃହ ଠାରେ ସ୍ଲମ ଅଂଚଳର ସୈାଦର୍ଯ୍ୟକରଣ , ଶିଶୁ ଉଦ୍ୟାନ , ରାସ୍ତାର ଦୁଇପାଶ୍ୱର୍ରେ ବରିଷ୍ଠ ନାଗରିକ ପାଇଁ ଚଲା ପଥ,ପିଇବା ପାଣି ଉପରେ ହିତାଧିକାରୀଙ୍କ ସହ ସେମାନେ ଆଲୋଚନା କରିଥିଲେ । ସ୍ଲମବାସୀଙ୍କ କହିବା କଥା ଆହୁରୀ ଅନେକ ବାସହୀନ ପରିବାର କଚ୍ଚା ଘର କରି ରହି ଆସୁଛନ୍ତି । କିନ୍ତୁ ସେହିପରି ପୂର୍ନବାର ଜାଗା ମିଶନ ଅଧୀନରେ ସର୍ଭେ କରି ଘରଢିଅ ପ୍ରମାଣ ପତ୍ର ସହ ବିଭିନ୍ନ ସୁବିଧା ଯୋଗାଇଦେବା ନିମନ୍ତେ ଉପଦେଷ୍ଟା ଶ୍ରୀମତୀ ମିଶ୍ରଙ୍କୁ ଅନୁରୋଧ କରିଥିଲେ ।

LEAVE A REPLY

Please enter your comment!
Please enter your name here