ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ରୋଗୀ

0
287

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଆଜି ହଟାତ ଅଗ୍ନିକାଣ୍ଡ ଘଟି ଧୁଆଁମୟ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରୋଗୀ ।ତେବେ ଏହି ଅଗ୍ନିକାଣ୍ଡ ଆଜି ଏମକେସିଜି ମେଡ଼ିକାଲର ପ୍ଲାଷ୍ଟିକ ସର୍ଜରି ୱାର୍ଡରେ ଘଟିଥିବା ଦେଖିବାକୁ ମିଳିଛି ।ଏହି ଘଟଣା ପରେ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ବେଳେ ନିଆଁକୁ ମଧ୍ୟ ଆୟତ୍ତ କରିପାରିଛି ।ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ, ଆଜି ମଧ୍ୟାହ୍ନରେ ବ୍ରହ୍ମପୁର ମେଡ଼ିକାଲ କଲେଜର ପ୍ଲାଷ୍ଟିକ ସର୍ଜରି ୱାର୍ଡର ୫ମ ମହଲାରୁ ଧୂଆଁ ବାହାରୁଥିବା ଦେଖୁବାକୁ ମିଳିଥିଲା ।ପରେ ପ୍ରବଳ ଧୂଆଁମୟ ପରିବେଶ ସୃଷ୍ଟି ହୋଇଥିଲା ଏବଂ ଉକ୍ତ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା ।ଫଳରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା ।ଏହି ଖବର ପାଇ ଅଗ୍ନିଶମ ବାହିନୀ ଉକ୍ତ ୱାର୍ଡରେ ପହଞ୍ଚି ପ୍ରଥମେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ ।ଏହି ବିଲଡିଂରେ ପ୍ଲାଷ୍ଟିକ ସର୍ଜରୀ ରୋଗୀ ରହୁଥିବା ବେଳେ ଡାଇଲୋଡିସ ହେଉଥିବା ଗୁରୁତର ରୋଗୀ ମଧ୍ୟ ଭର୍ତ୍ତି ହୋଇଥିଲେ । ତେବେ କେଉଁ କାରଣରୁ ଏଭଳି ଏକ ଅଘଟଣ ଘଟିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।କିନ୍ତୁ ପ୍ରାଥମିକ ତଦନ୍ତରୁ ଏହା ବିଦ୍ୟୁତ୍ ସଟସର୍କିଟ୍ ରୁ ହୋଇଥାଇପାରେ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here