୨୭ ରୁ ଶ୍ରୀଜଗନ୍ନାଥ ମନ୍ଦିର ପାଶ୍ୱର୍ ଦେବାଦେବୀ ପ୍ରତିଷ୍ଠା ଉତ୍ସବ

0
178

ଛତ୍ରପୁର: ଗଂଜାମ ଜିଲା ଛତ୍ରପୁର ସହର ତାଡେପଲ୍ଳୀ ସାହି ରେ ଥିବା ପୂରାତନ ତଥା ୧୮୯୦ ମସିହାର ଶ୍ରୀଜଗନ୍ନାଥ ମନ୍ଦିର ର ପାର୍ଶ୍ୱ ଦେବାଦେବୀ ପ୍ରତିଷ୍ଠା ଉତ୍ସବ ଚଳିତ ମାସ ୨୭ ତାରିଖରୁ ଆରମ୍ଭ ହେବ । ଏହା ଜୁନ୍ ୨ ତାରିଖରେ ସରିବ । ବୁଧବାର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଥିବା ମନ୍ଦିର ର ପାଶ୍ୱର୍ ଦେବାଦେବୀ ଙ୍କ ବିଗ୍ରହ ପୁରୁଣା ହୋଇଯାଇଥିବାରୁ ଉକ୍ତ ସ୍ଥାନରେ ନୂତନ ମାର୍ବଲ ପଥରରେ ନିର୍ମିତ ଦେବାଦେବୀ ସ୍ଥାପନ କରାଯିବ । ଏନେଇ ପ୍ରତିଷ୍ଠା ଉତ୍ସବ ର ଆୟୋଜନ ହୋଇଥିବା ସୂଚନା ଦିଆଯାଇଥିଲା । ଏହି ଅବସରରେ ୨୭ ତାରିଖରେ ୧୦୮ ହନୁମାନ ଚାଳିଶା, ୨୮ରେ କଳସ ଯାତ୍ରା, ଅଙ୍କୁରାରୋପଣ, ୨୯ ତାରିଖରେ କର୍ମାରମ୍ଭ, ୩୦ ରେ ନୂତନ ବିଗ୍ରହ ପ୍ରତିଷ୍ଠା, ୩୧ ରେ ନାମ ଯଜ୍ଞ, ୧ ରେ ପାର୍ଶ୍ଵ ଦେବତାମାନଙ୍କ ର ସିଂହାସନାରୋହଣ ଏବଂ ୨ ତାରିଖରେ ଦଧିଭା ଭଗ୍ନ, ନଗର କୀର୍ତନ, ଯମୁନା ସ୍ନାନ ହେବ ବୋଲି ସୂଚନା ଦିଆଯାଇଥିଲା । ସୂଚନାଯୋଗ୍ୟ ୧୮୯୦ ରେ ପ୍ରତିଷ୍ଠା ହୋଇଥିବା ଉକ୍ତ ମନ୍ଦିର ର ରକ୍ଷଣାବେକ୍ଷଣ ଦାୟିତ୍ୱ ୧୯୨୦ ମସିହାରେ ଚିକିଟି ରାଜପରିବାର ନେଇଥିଲେ । । ଉକ୍ତ ମନ୍ଦିର ର ପୁନରୁଦ୍ଧାର ୧୯୭୬ ମସିହାରେ ହୋଇଥିଲା । ଏବେ ରାଜା କୈଳାସ ଚନ୍ଦ୍ର ଦେଓଙ୍କ ପୃଷ୍ଠପୋଷକତା ରହିଛି । ପୂର୍ବରୁ ମନ୍ଦିର ପରିଚାଳନା କମିଟି ଏହାର ଦାୟିତ୍ୱ ନେଇଆସୁଥିଲେ । ୨୦୧୯ ରେ ମନ୍ଦିର ପରିଚାଳନା ଟ୍ରଷ୍ଟ ଗଠନ ହୋଇଥିଲା ଉକ୍ତ ଖବରଦାତା ସମ୍ମିଳନୀରେ ମନ୍ଦିର ପରିଚାଳନା ଟ୍ରଷ୍ଟର ସଭାପତି ଜଗବନ୍ଧୁ ପାଣିଗ୍ରାହୀ, ସମ୍ପାଦକ ରମେଶ ଚନ୍ଦ୍ର ଚୌଧୁରୀ, ସୁଧିର କାନ୍ତ ରଥ, ଆଦିକନ୍ଦ ପାଣିଗ୍ରାହୀ, ସୁରେନ୍ଦ୍ର ନାଥ ପାଢୀ, ମନ୍ଦିର ର ମୁଖ୍ୟ ପୂଜକ ରାଜେନ୍ଦ୍ର କୁମାର ଶତପଥି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here