ଚତୁର୍ଥ ଦିବସରେ ୨୧ ସମିତି ମେମ୍ବର ଓ ୨୭ ସରପଞ୍ଚ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

0
489

ବୁଗୁଡା : ବୁଗୁଡା ବ୍ଲକରେ ପ୍ରାର୍ଥୀପତ୍ର ଦାଖଲର ଚତୁର୍ଥ ଦିବସରେ ୨୧ ଜଣ ସମିତି ମେମ୍ବର ଓ ୨୭ ଜଣ ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବୁଗୁଡା ବ୍ଲକ ନିର୍ବାଚନ ଅଧିକାରୀ ତନ୍ମୟ ପାତ୍ର ମହୋଦୟ ପ୍ରକାଶ କରିଛନ୍ତି। ଜାନୁଆରୀ ୨୦ ତାରିଖ ସୁଦ୍ଧା ୫୭ ଜଣ ସମିତି ମେମ୍ବର ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୫୯ ଜଣ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଜାନୁଆରୀ ୨୧ ତାରିଖ ନାମାଙ୍କନ ଦାଖଲର ଶେଷ ଦିବସ ଥିବା ବେଳେ ଚତୁର୍ଥ ଦିବସ ସୁଦ୍ଧା ବୁଗୁଡା ବ୍ଲକର ୨୧ ପଞ୍ଚାୟତ ମଧ୍ୟରୁ ଭାମସ୍ୟାଳି, କରଚୁଲି ଓ ପାଙ୍ଗିଡ଼ି ପଞ୍ଚାୟତରେ ଜଣେ ମଧ୍ୟ ସମିତି ମେମ୍ବର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିନାହାଁନ୍ତି। ସେହିପରି ବି.କରଡ଼ାବାଡ଼ି, ଗୋଲିଆ ଓ ପାଙ୍ଗିଡ଼ି ପଞ୍ଚାୟତରେ କେହି ମଧ୍ୟ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିନାହାଁନ୍ତି। ଜାନୁଆରୀ ୨୧ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ ହୋଇଥିବା ବେଳେ ବହୁ ଆଶାୟୀ ବିଦ୍ରୋହୀ ଦଳର ବିଦ୍ରୋହୀ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିପାରନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here